ପୂର୍ବତନ ଓ ବର୍ତ୍ତମାନ ସାଂସଦଙ୍କ ନାଁରେ ୨୨ଟି ମାମଲା

ସାଂସଦଙ୍କ ନାଁରେ ୨୨, ବିଧାୟକଙ୍କ ନାଁରେ ୧୧୫ ମାମଲା

ରାଜ୍ୟର ପୂର୍ବତନ ଓ ବର୍ତ୍ତମାନ ସାଂସଦଙ୍କ ନାଁରେ ୨୨ଟି ମାମଲା ରହିଛି । ଏଥିସହ ୩୯ଟି ଫୌଜଦାରୀ ମାମଲା ମଧ୍ୟ ରୁଜୁ ହୋଇଛି । ବର୍ତ୍ତମାନ ଓ ପୂର୍ବତନ ବିଧାୟକଙ୍କ ନାଁରେ ୧୧୫ ମାମଲା । ଏଥିସହ ବିଧାୟକଙ୍କ ନାଁରେ ୪୧୮ଟି ଫୌଜଦାରୀ ମାମଲା ରହିଛି । ସଂପୃକ୍ତ ମାମଲାରୁ ୩୮୪ ବିଚାରାଧୀନ, ୧୪ ବିଚାର ଶେଷ ହୋଇଛି । ଏ ସମ୍ପର୍କିତ ୪୩ଟି ମାମଲାର ତଦନ୍ତ ଏବେ ବି ଚାଲିଛି । ଏହି ସମସ୍ତ ମାମଲାରୁ ୧୯୮ଟି ରାଜନୈତିକ ମାମଲା । ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଉତ୍ତର ଦେଇଛନ୍ତି ।