ପୂର୍ବତନ ବିଧାୟକ ଅନନ୍ତ ଦାସଙ୍କ ପରଲୋକ

ପୂର୍ବତନ ବିଧାୟକ ଅନନ୍ତ ଦାସଙ୍କ ପରଲୋକ

ପୂର୍ବତନ ବିଧାୟକ ଅନନ୍ତ ଦାସଙ୍କ ପରଲୋକ । ଭୁବନେଶ୍ୱର ସ୍ଥିତ ବାସଭବନରେ ପରଲୋକ ହୋଇଛି । ମୃତୁ୍ୟ ନେଇ ପୁଅ ବିଶ୍ୱଜିତ୍ ଦାସ ଦେଲେ ସୂଚନା । ଭୋର ୩ଟା ୩୦ରେ ଭୁବନେଶ୍ୱର ବାସଭବନରେ ଦେହାନ୍ତ ହୋଇଛି । ୪ ଥର ଭୋଗରାଇର ପୂର୍ବତନ ବିଧାୟକ ଥିଲେ ଅନନ୍ତ ଦାସ । ୮୫ ବର୍ଷ ବୟସର ଅନନ୍ତ ଦାସଙ୍କ ନୀଧନ । ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ ଅନନ୍ତ । ୨୦୦୪ରୁ ୨୦୨୪ ପର୍ୟ୍ୟନ୍ତ ବିଧାୟକ ଥିଲେ ଅନନ୍ତ । ଉଚ୍ଚଶିକ୍ଷା ଓ ଶିଳ୍ପ ବିଭାଗରେ ମନ୍ତ୍ରୀ ଥିଲେ ଅନନ୍ତ ଦାସ । ଏହା ସହି ସରକାରୀ ଦଳ ମୁଖ୍ୟ ସଚେତକ ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ । ଜଣେ ଦକ୍ଷ ସଂଗଠକ ସହ ବାଲେଶ୍ବର ଜିଲ୍ଲା ବିଜେଡିରେ ଜଣେ ଟାଣୁଆ ନେତା ଥିଲେ ଅନନ୍ତ । ଅନେକ ସମୟରେ ସେ ଦଳ ପାଇଁ ସଂଗଠନ ଦାୟିତ୍ବ ତୁଲାଇ ସଫଳ ହୋଇଛନ୍ତି । ବାଲେଶ୍ବରରେ ବିଜେଡିକୁ ଶକ୍ତିଶାଳୀ କରିବାରେ ତାଙ୍କର ବେଶ ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା ।