‘ରେଭେନ୍ସା ନାଁ ପରିବର୍ତ୍ତନ ପ୍ରସ୍ତାବ ନାହିଁ’
ରେଭେନ୍ସା ନାଁ ପରିବର୍ତ୍ତନ ପାଇଁ ପ୍ରସ୍ତାବ ନାହିଁ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଧାନସଭାରେ ଉତ୍ତର ରଖିଛନ୍ତି। ଏହି ପ୍ରସ୍ତାବ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିଲେ। ଏ ସମ୍ପର୍କିତ ପ୍ରସଙ୍ଗରେ ବିତର୍କ ପାଇଁ ଆହ୍ୱାନ ଦେଇଥିଲେ। କଟକ ସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ଜରୁରୀ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ। ଯେଉଁ ରେଭେନ୍ସା ସାହେବଙ୍କ ସମୟରେ ନଅଙ୍କ ଦୁର୍ଭିକ୍ଷ ହୋଇଥିଲା ତାଙ୍କ ନାମରେ ରେଭେନ୍ସା ରହିବା ଓଡ଼ିଆ ଅସ୍ମିତା ପ୍ରତି ପ୍ରଶ୍ନବାଚୀ ।
