କିଟ୍ ଘଟଣାରେ ଆଉ ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ନୋଟିସ୍‌

କିଟ୍ ଘଟଣାରେ ଆଉ ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ନୋଟିସ୍‌

କିଟ୍ ଘଟଣାରେ ଆଉ ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ହାଜର ପାଇଁ ନୋଟିସ୍‌ । କିଟ୍‌ ବିଶ୍ୱବିଦ୍ୟାଳୟର ୩ ଜଣ ବରିଷ୍ଠ ଅଧିକାରୀ ତଥା କିଟ୍‌ର Director of Students affairs, DG International Relations, Director Administrative ଓ କିଟ୍‌ର ୩ ଜଣ ଛାତ୍ରଙ୍କୁ ପଚରାଉଚରା ପାଇଁ ରାଜ୍ୟ ଅତିଥି ଭବନରେ ଉଚ୍ଚ ସ୍ତରୀୟ କମିଟି ନିକଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କିଟ୍ କେଳେଙ୍କାରୀ ତଦନ୍ତ ପାଇଁ ଗ୍ରାଉଣ୍ଡରେ NHRC ଟିମ୍ । ନେପାଳୀ ଛାତ୍ରୀ ଆତ୍ମହତ୍ୟା ଓ ପରବର୍ତ୍ତୀ କାଣ୍ଡର ସରଜମିନ୍ ଖୋଳତାଡ଼ । ଜାତୀୟ ମାନବାଧିକାର କମିଶନଙ୍କ ଲ’ ରେଜିଷ୍ଟ୍ରାର ଯୋଗିନ୍ଦର ସିଂଙ୍କ ନେତୃତ୍ବରେ ଏକ ଟିମ୍ କିଟ୍ କ୍ୟାମ୍ପସରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ତନାଘନା । ମିଳିଥିବା ସୂଚନା ଅନୁସାରେ ଟିମ୍ ପ୍ରଥମେ କିଟ୍‌ର ଇଣ୍ଟରନ୍ୟାସନାଲ୍ ରିଲେସନ୍ ଅଫିସର-IROଙ୍କୁ ପଚରାଉଚରା କରିଥିଲା । ମୃତ ନେପାଳୀ ଛାତ୍ରୀ ଜଣଙ୍କ ତାଙ୍କ ପୂର୍ବତନ ପୁରୁଷ ବନ୍ଧୁ ଅଦ୍ବିକ ଶ୍ରୀବାସ୍ତବଙ୍କ ଦ୍ବାରା ନିର୍ଯାତିତ ହୋଇ ଦୁଇ ଦୁଇ ଥର ଅଭିଯୋଗ କରିଥିଲେ ବି କାହିଁକି ତାଙ୍କ ଅଭିଯୋଗକୁ ଅଣଦେଖା କରାଯାଇଥିଲା ? କେଉଁ ପରିସ୍ଥିତିରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ IROଙ୍କୁ ସେନେଇ ପଚରା ଉଚରା ହୋଇଥିଲା । ସେପଟେ ଗତକାଲି ପରେ ଆଜି ମଧ୍ୟ ରାଜ୍ୟ ଅତିଥି ଭବନରେ କିଟ୍‌ର ୨ ମହିଳା କର୍ମଚାରୀଙ୍କୁ ଜେରା କରାଯାଇଛି । କିଟ୍‌ ଛାତ୍ରୀ ମୃତ୍ୟୁ ମାମଲାରେ ଘନଘନ ଜେରା କରୁଛି NHRC । ମାମଲାରେ ଆଇଓ ମଧ୍ୟ ହାଜର ହୋଇ ତଥ୍ୟ ରଖିଥିବା ସୂଚନା ମିଳିଛି ।