କେନ୍ଦ୍ରାପଡାରେ କୁମ୍ଭୀର ଆତଙ୍କ !

କେନ୍ଦ୍ରାପଡାରେ ଆତଙ୍କ ଖେଳାଇଛି କୁମ୍ଭୀର । ଶୌଚ ହେବାକୁ ଯାଇଥିବାବେଳେ ଟାଣିନେଲା କୁମ୍ଭୀର । ପଟ୍ଟାମୁଣ୍ଡାଇ କୁଳସାହି ଗାଁ ବ୍ରାହ୍ମଣୀ ନଦୀ ନିକଟରେ ଏପରି ଅଘଟଣ ଏଖିବାକୁ ମିଳିଛି । ଗତକାଲିଠୁ ନିଖୋଜ ଅଛନ୍ତି ଅମୁଲ୍ୟ ଦାସ । ଗତକାଲି ସନ୍ଧ୍ୟାରେ ସେ ଶୌଚ ହେବାକୁ ଯାଇ ନିଖୋଜ ହୋଇଯାଇଛନ୍ତି । ନଦୀ ନିକଟରେ ତାଙ୍କର ବାଡି, ଚପଲ ପଡିଥିବା ବେଳେ ଅମୁଲ୍ୟଙ୍କୁ କୁମ୍ଭୀର ଟାଣିନେଇଥିବା ସନ୍ଦେହ କରାଯାଉଛି । ଗତକାଲି ବିଳମ୍ବିତ ରାତି ଯାଏ ଗ୍ରାମବାସୀଙ୍କ ସହାୟତାରେ ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା । ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।

କିଛି ମାସ ମଧ୍ୟରେ କେନ୍ଦ୍ରାପଡ଼ାରେ ୪ ଜଣଙ୍କ ଜୀବନ ନେଲାଣି କୁମ୍ଭୀର। ଜୁନ୍‌ ୨୯ ତାରିଖ ଦିନ ଶୌଚ ପାଇଁ ଯାଇଥିବା ବେଳେ ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେଇଥିଲା। ସେହିପରି ରଜ ବେଳେ ମାଆ ଆଗରେ ନାବାଳକକୁ ନଦୀ ଭିତରକୁ ଟାଣି ନେଇଥିଲା କୁମ୍ଭୀର। ସେହିଭଳି ଗତ ୨୨ ତାରିଖରେ ରାଜନଗର ହାତିଆଗଡ଼ି ଗାଁର ଜଣେ ମହିଳାଙ୍କୁ ଟାଣି ନେଇଥିଲା। ଆଜି ପୁଣି ଜଣେ ବ୍ୟକ୍ତିଙ୍କୁ କୁମ୍ଭୀର ଟାଣି ନେବା ପରେ ଅଂଚଳରେ ଆତଙ୍କ ଖେଳିଯାଇଛି।