ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ପାଟଣାରେ ହେବ ମେଗା ଷ୍ଟିଲ୍‌ ପ୍ଲାଣ୍ଟ

ପାଟଣାରେ ହେବ ମେଗା ଷ୍ଟିଲ୍‌ ପ୍ଲାଣ୍ଟ। ୩୦ ହଜାରରୁ ୪୦ ହଜାର କୋଟି ଟଙ୍କା ବ୍ୟୟରେ JSW ଓ Posco କରିବେ ଷ୍ଟିଲ୍‌ ପ୍ଲାଣ୍ଟ। ଏଥିପାଇଁ ରାଜ୍ୟ ସରକାରଙ୍କ ସହିତ MOU ସ୍ୱାକ୍ଷର ହୋଇଛି। ଆଜି ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚମ୍ପୁଆ ଚନ୍ଦ୍ରଶେଖର କଲେଜ ବାର୍ଷିକ ଉତ୍ସବରେ ଯୋଗଦେଇ ଏହି ଘୋଷଣା କରିଛନ୍ତି। ଚମ୍ପୁଆ ଚନ୍ଦ୍ରଶେଖର କଲେଜକୁ ଅଟୋନୋମସ୍‌ କଲେଜରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିସହିତ କଲେଜ ପାଇଁ ୪ କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି। ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ସମୟରେ ଏନେଇ JSW ଓ ପୋସ୍କୋ କଂପାନୀ ସରକାରଙ୍କ ସହ MOU କରିଛନ୍ତି। ପ୍ରାୟ ୩୦ ହଜାରରୁ ୪୦ ହଜାର କୋଟି ବ୍ୟୟରେ ଏହି ପ୍ଲାଣ୍ଟ ନିର୍ମାଣ ହେବ । ପୂର୍ବରୁ ନଭେମ୍ବର ୧ ତାରିଖରେ କେଞ୍ଜର ଗସ୍ତ ସମୟରେ, ମାଝୀ କହିଥିଲେ ଯେ ଦୁଇ କମ୍ପାନୀ ମିଳିତ ଭାବରେ ଜିଲାରେ ଏକ ମେଗା ଇସ୍ପାତ କାରଖାନା ସ୍ଥାପନ କରିବେ ଯାହା ଓଡ଼ିଶାକୁ ବିଶ୍ୱର ଏକ ପ୍ରମୁଖ ଇସ୍ପାତ ଉତ୍ପାଦନକାରୀ କରିବ। ପ୍ରତିବର୍ଷ ୫ ନିୟୁତ ଟନ୍ ପ୍ରାରମ୍ଭିକ କ୍ଷମତା ସହିତ ଭାରତରେ ଏକ ସମନ୍ୱିତ ଇସ୍ପାତ କାରଖାନା ବିକଶିତ କରିବା ପାଇଁ ଦୁଇ ଗୋଷ୍ଠୀ ଗତ ବର୍ଷ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ।ଜିଲାରେ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଦୁଇଟି ଜମି ଚିହ୍ନଟ ହୋଇସାରିଛି।