ମାର୍ଚ୍ଚରେ ୩୭ ଡିଗ୍ରୀ ଟପିଲା ଝାରସୁଗୁଡ଼ା
ମାର୍ଚ୍ଚ ମାସ ଆରମ୍ଭରୁ ଅସହ୍ୟ ଗରମ । ସକାଳୁ ସକାଳୁ ପାରଦା ଉପରମୁହାଁ । ଶନିବାର ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ୩୭.୪ ଡିଗ୍ରୀ ଛୁଇଁଛି ତାପମାତ୍ରା । ସେହିପରି ସମ୍ବଲପୁର ତାପମାତ୍ରା ୩୬.୮ ଡିଗ୍ରୀ ରହିଛି । ଝାରସୁଗୁଡାରେ ଗତକାଲି ତାପମାତ୍ରା ୩୬.୪ ଡିଗ୍ରି ଥିବାବେଳେ ଆଜି ୩୭.୪ ଡିଗ୍ରି ରହିଥିଲା। ସେହିପରି ସମ୍ବଲପୁରରେ ୩୬.୮ ଡିଗ୍ରି, ରାଉରକେଲାରେ ୩୬.୪ ଡିଗ୍ରି, ଚାନ୍ଦବାଲିରେ ୩୪.୮ ଡିଗ୍ରି, ଭୁବନେଶ୍ୱରରେ ୩୪ ଡିଗ୍ରି ତାପମାତ୍ରା ରହିଥିଲା। ମାର୍ଚ୍ଚ ମାସରେ ପ୍ରବଳ ଗରମ ହେବା ନେଇ ପୂର୍ବାନୁମାନ କରିଛି ପାଣି ପାଗ ବିଭାଗ । ମାର୍ଚ୍ଚରୁ ମେ’ମାସ ଯାଏଁ ଅଧିକ ଗରମ ଅନୁଭୂତ ହେବ । ସେହିପରି ଗ୍ରୀଷ୍ମ ଲହର ଅବଧି ବୃଦ୍ଧି ସମ୍ଭାବନା ରହିଛି । ଏଥର ଅସ୍ୱାଭାବିକ ଗରମ ସହ ପୂର୍ବର ଅନେକ ରେକର୍ଡ ଭାଙ୍ଗିବ ତାତି । ମାର୍ଚ୍ଚ ମାସ ତମାମ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବ ।
