ଚାମ୍ପିୟନ୍ସ ଟ୍ରଫି ସେମିଫାଇନାଲରେ ଅଷ୍ଟ୍ରେଲିଆ
ଚାମ୍ପିୟନ୍ସ ଟ୍ରଫି ସେମିଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ । ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ବର୍ଷା ଯୋଗୁଁ ଅଧାରୁ ଅଟକିଯାଇଥିଲା। ଏହି ମ୍ୟାଚରୁ ଉଭୟ ଦଳ ଗୋଟିଏ ପଏଣ୍ଟ ପାଇଥିଲେ। ଅଷ୍ଟ୍ରେଲିଆ ଦଳ ୪ ପଏଣ୍ଟ ସହ ଗ୍ରୁପ୍ ବିରୁ ସେମିଫାଇନାଲରେ ପ୍ରବେଶ କରିବାରେ ପ୍ରଥମ ଦଳ ହୋଇଛି। ଆଫଗାନିସ୍ତାନର ମଧ୍ୟ ୩ ପଏଣ୍ଟ ରହିଛି ଏବଂ ସେମିଫାଇନାଲରେ ପହଞ୍ଚିବାର ଆଶା ଏବେ ବି ବଜାୟ ରହିଛି। ତେବେ ଦକ୍ଷିଣ ଆଫ୍ରିକା ବନାମ ଇଂଲଣ୍ଡ ମ୍ୟାଚ୍ ର ଫଳାଫଳ ଉପରେ ନିର୍ଭର କରିବାକୁ ପଡ଼ିବ। ଯଦି ଇଂଲଣ୍ଡ ଦଳ ଦକ୍ଷିଣ ଆଫ୍ରିକାକୁ ବଡ଼ ବ୍ୟବଧାନରେ ପରାସ୍ତ କରେ, ତେବେ ଦକ୍ଷିଣ ଆଫ୍ରିକାର ନେଟ୍ ରନ୍ ରେଟ୍ ହ୍ରାସ ପାଇବ। ଏଭଳି ସ୍ଥିତିରେ ଆଫଗାନିସ୍ତାନର ସେମିଫାଇନାଲରେ ପହଞ୍ଚିବାର ସମ୍ଭାବନା ବଢ଼ିବ। ଲାହୋରର ଗଦାଫି ଷ୍ଟାଡିୟମରେ ଆଫଗାନିସ୍ତାନ ଓ ଅଷ୍ଟ୍ରେଲିଆ ଦଳ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୭୩ ରନ୍ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୧ ୱିକେଟ୍ ହରାଇ ୧୦୯ ରନ୍ କରିଥିବା ବେଳେ ବର୍ଷା ଖେଳରେ ବାଧା ସୃଷ୍ଟି କରିଥିଲା। ଲଗାଣ ବର୍ଷା ଯୋଗୁଁ ଖେଳ ଆରମ୍ଭ ହୋଇପାରିନଥିଲା ଏବଂ ମ୍ୟାଚ୍ ବାତିଲ ହୋଇଯାଇଥିଲା। ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ପ୍ରଦାନ କରାଯାଇଥିଲା। ଅଷ୍ଟ୍ରେଲିଆ ଏବେ ୩ ମ୍ୟାଚ୍ ରୁ ୪ ପଏଣ୍ଟ ପାଇ ସେମିଫାଇନାଲରେ ପ୍ରବେଶ କରିଛି।
