ବିହାର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ

ବିହାର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ବିଜେପିର ୭ ବିଧାୟକଙ୍କୁ ମିଳିଲା ମନ୍ତ୍ରୀ ପଦ

ସମ୍ପ୍ରସାରଣ ହେଲା ବିହାର ମନ୍ତ୍ରୀମଣ୍ଡଳ। ବିଜେପିର ୭ ବିଧାୟକଙ୍କୁ ମନ୍ତ୍ରୀ ପଦ ଦେଲେ ନୀତିଶ। ସେମାନେ ସମସ୍ତେ ବିଜେପି କୋଟାରୁ ମନ୍ତ୍ରୀ ହୋଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ କୃଷ୍ଣ କୁମାର ମଣ୍ଟୁ, ବିଜୟ ମଣ୍ଡଳ, ରାଜୁ ସିଂହ, ସଞ୍ଜୟ ସରାଓ୍ବାଗି, ଜୀବେଶ ମିଶ୍ର, ସୁନୀଲ କୁମାର ଏବଂ ମୋତିଲାଲ ପ୍ରସାଦ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ରାଜ୍ୟ କ୍ୟାବିନେଟ୍‌ ବୃଦ୍ଧି ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମସ୍ତ ମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ଏହା ପୂର୍ବରୁ ନୀତୀଶ କ୍ୟାବିନେଟ୍‌ରେ ମୋଟ ୨୯ ଜଣ ମନ୍ତ୍ରୀ ଥିଲେ। ସମ୍ପ୍ରସାରଣ ପରେ, ମନ୍ତ୍ରୀଙ୍କ ମୋଟ୍‌ ସଂଖ୍ୟା ୩୬ ହୋଇଛି। ନିର୍ବାଚନ ଅଛି, ତେଣୁ ମନ୍ତ୍ରିମଣ୍ଡଳ ବୃଦ୍ଧିରେ ଜାତି ସମୀକରଣକୁ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯିବ। ଭାଜପା କୋଟାରୁ ୩-୪ ଜଣ ନୂତନ ମନ୍ତ୍ରୀ ଏବଂ JDU କୋଟାରୁ ୨-୩ ଜଣ ନୂତନ ମନ୍ତ୍ରୀ କ୍ୟାବିନେଟ୍‌ରେ ସାମିଲ ହୋଇପାରିବେ। ଏହିପରି ମନ୍ତ୍ରିମଣ୍ଡଳରେ ମୋଟ୍‌ ୬ରୁ ୭ ନୂଆ ମୁହଁ ଦେଖିବାକୁ ମିଳିବ। ବର୍ତ୍ତମାନ ବିହାର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ ପାଖରେ ତିନୋଟି ବିଭାଗ ଅଛି। ସନ୍ତୋଷ କୁମାର ସୁମନଙ୍କ ପାଖରେ ମଧ୍ୟ ତିନୋଟି ବିଭାଗ ଅଛି। ମଙ୍ଗଳ ପାଣ୍ଡେ, ନୀତୀଶ ମିଶ୍ର, ବିଜୟ କୁମାର ଚୌଧୁରୀ, ବିଜେନ୍ଦ୍ର ପ୍ରସାଦ ଯାଦବ, ସମ୍ରାଟ ଚୌଧୁରୀ, ନୀତିନ ନବୀନ ଏବଂ ପ୍ରେମ କୁମାରଙ୍କ ପାଖରେ ୨ଟି ଲେଖାଏ ବିଭାଗ ଅଛି। ଏହି ବର୍ଷ (୨୦୨୫) ବିହାରରେ ବିଧାନସଭା ନିର୍ବାଚନ ଅଛି, ତେଣୁ ଏହି ଦୃଷ୍ଟିକୋଣରୁ ମଧ୍ୟ ମନ୍ତ୍ରିମଣ୍ଡଳର ବୃଦ୍ଧିରେ ପୂର୍ଣ୍ଣ ଯତ୍ନ ନିଆଯିବ ବୋଲି ବିଶ୍ୱାସ କରାଯାଉଛି।