ହାଇକୋର୍ଟରେ ହଂସିତା ଅଭିଲିପ୍ସାଙ୍କ ଜାମିନ ଖାରଜ

ହାଇକୋର୍ଟରେ ହଂସିତା ଅଭିଲିପ୍ସାଙ୍କ ଜାମିନ ଖାରଜ

ହାଇକୋର୍ଟରେ ହଂସିତା ଅଭିଲିପ୍ସା ଜାମିନ ମାମଲା।  ହାଇକୋର୍ଟରୁ ନିରାଶ ହେଲେ ହଂସିତା  ।  ସ୍ୱାମୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ କରିଥିଲେ ଅନ୍ତରୀଣ ଜାମିନ ଆବେଦନ। ଏହି ଆବେଦନକୁ ପ୍ରତ୍ୟାହାର କରି ନେଇଥିବା ହଂସିତାଙ୍କ ଓକିଲ ଧନଞ୍ଜୟ ମୁଣ୍ଡଙ୍କ ସୂଚନା ।  ତେବେ ନିୟମିତ ଜାମିନ ଆବେଦନ ଶୁଣାଣି ପାଇଁ ରହିଛି । ଆଗାମୀ ସପ୍ତାହରେ ହୋଇ ପାରେ ନିୟମିତ ଜାମିନ ଆବେଦନର ଶୁଣାଣି  ।  ସୂଚନାଥାଉକି, ରାଜଧାନୀରୁ ହାଇପ୍ରୋଫାଇଲ ଦମ୍ପତି ଅନୀଲ ଓ ହଂସିତା ଙ୍କୁ ଗତ ମାସରେ ଗିରଫ କରିଥିଲା ପୋଲିସ।  ଗିରଫ ପରେ ତଦନ୍ତରୁ ସେମାନଙ୍କର କଳା ସାମ୍ରାଜ୍ୟ ବିଷୟରେ ଜଣାପଡ଼ିଥିଲା ।  ଆଉ ସାମ୍‌ନାକୁ ଆସିଥିଲା କିଭଳି ଏମାନେ ବଡ଼ ବଡ଼ିଆଙ୍କୁ ଟାର୍ଗେଟ କରୁଥିଲେ । ଆଉ ଡିଲ୍ କରାଇଦେବାକୁ କହି କୋଟି କୋଟି ଟଙ୍କା ଠକୁଥିଲେ ଏବଂ ସେହି ଟଙ୍କାରେ ତିଆରି କରିଥିଲେ କୋଟି କୋଟି ଟଙ୍କାର ବେନାମୀ ସାମ୍ରାଜ୍ୟ । ଏମିତିକି ନିଜକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁଖ୍ୟ ପରାମର୍ଶଦାତା ପି.କେ ମିଶ୍ରଙ୍କ ଝିଅ ଓ ଜ୍ବାଇଁ ବୋଲି ପରିଚୟ ଦେଉଥିଲେ । ଏଭଳି ଏକାଧିକ ଅଭିଯୋଗ ଆସିବା ପରେ ବିଷ୍ଣୁପ୍ରିୟା ଚାନ୍ଦ  ଓରଫ ହଂସିକା ଓ ତାଙ୍କ ସହଯୋଗୀ ଅନିଲ୍‌ ମହାନ୍ତିଙ୍କୁ ଗିରଫ କରିଥିଲା ପୋଲିସ।