ପୁଣି ମୋ ବସ ଧକ୍କା, ୨ ଯୁବକ ଗୁରୁତର
ପୁଣି ମୋ ବସ ଧକ୍କା । ଏଭଳି ଏକ ଘଟଣା ଘଟିଛି ଭୁବନେଶ୍ୱରରେ ଥିବା ମାଷ୍ଟର କ୍ୟାଣ୍ଟିନ ଛକ ଠାରେ । ଏହି ଘଟଣାରେ ୨ଜଣ ଯୁବକ ଗୁରୁତର ହୋଇଛନ୍ତି । ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଆଜି ରାଜଧାନୀରେ ପୁଣି ଥରେ ମୋ ବସ ମାଷ୍ଟର କ୍ୟାଣ୍ଟିନ ଛକରେ ୨ଜଣ ଯୁବକଙ୍କୁ ମୋ ବସ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୨ଜଣ ଯୁବକ ଗୁରୁତର ଭାବେ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧା କରି ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। କିଛିଦିନ ପୂର୍ବରୁ କଟକ ଜିଲ୍ଲା ଚୌଦ୍ୱାର ବ୍ୟାରେଜ ନିଟରେ ଏକ ମୋ ବସରେ ଲାଗିଯାଇଥିଲା ନିଆଁ ।
