ମୁଖ୍ୟମନ୍ତ୍ରୀ ଭଜନଲାଲଙ୍କୁ ହତ୍ୟା ଧମକ
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ହତ୍ୟା ଧମକ । ଜୀବନରୁ ମାରିଦେବାକୁ ଧମକ ମିଳିଛି । ଏହି ଧମକପୂର୍ଣ୍ଣ ଫୋନ କଲ୍ ଏକ ଜେଲରୁ ଆସିଛି । ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିବା ଜଣେ କଏଦୀ ଏଭଳି ଫୋନ୍ କଲ୍ କରିଛି । ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଦୋସାର ସାଲାବାସ ଜେଲରୁ ମୁଖ୍ୟମନ୍ତ୍ରୀଙ୍କୁ ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଛି । ଆଜୀବନ ଜେଲଦଣ୍ଡ କାଟୁଥିବା ଦୋଷୀ ରିଙ୍କୁ ଜୟପୁର ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ କରି ସିଏମ୍ ଭଜନଲାଲ୍ ଶର୍ମା ଜୀବନରୁ ମାରିଦେବାକୁ କହିଛି । ସୂଚନାଯୋଗ୍ୟ ଦୌସାର ସେଣ୍ଟ୍ରାଲ ଜେଲରୁ ଜୟପୁର ପୋଲିସ କଣ୍ଟ୍ରୋଲ ରୁମକୁ ଏକ ଫୋନ୍ କଲ୍ ଆସିଥିଲା । ମୁଖ୍ୟମନ୍ତ୍ରୀଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ଧମକପୂର୍ଣ୍ଣ କଲ୍ ମିଳିବା ପରେ ଜେଲରୁ ତଦନ୍ତ ଆରମ୍ଭ ହୋଇଛି ।ତେବେ ଏହା ପ୍ରଥମ ଥର ପାଇଁ ନୁହେଁ, ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଜୀବନରୁ ମାରିବାକୁ ଧମକ ମିଳିଥିଲା । ସେତେବେଳେ ଦୌସା ଜେଲରୁ ଧମକ ମିଳିଥିଲା । ଏଥର ମଧ୍ୟ ଜେଲରୁ ମୁଖ୍ୟମନ୍ତ୍ରୀଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି ।
