ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଦିନିକିଆ

ଆଜି ମଇଦାନରେ ଆମ୍ନାସାମ୍ନା ହେବେ ଭାରତ-ୱେଷ୍ଟଇଣ୍ଡିଜ୍‌ । ଆଜି ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବ। ଅପରାଜେୟ ଧାରା ବଜାୟ ଲକ୍ଷ୍ୟରେ ପୁରା ତୟାର ଟିମ ଇଣ୍ଡିଆ । ସେପଟେ ଉଭୟ ଭାରତ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିପାକ୍ଷିକ ଶୃଙ୍ଖଳାରେ ୨୦୦୬ ମସିହା ପରଠୁ ଭାରତ କେବେ ବି ପରାଜିତ ହୋଇନଥିବାରୁ ରୋହିତ ଶର୍ମାଙ୍କ ଦଳ ଏହି ଧାରା ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି । ସେପଟେ ଟିମ ଇଣ୍ଡିଆକୁ ମାତ ଦେବାକୁ ଜୋରଦାର ପ୍ରୟାସ କରିବ ୱେଷ୍ଟଇଣ୍ଡିଜ୍‌ ।

ଦିନିକିଆ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍‌ ବାର୍ବାଡୋସ୍‌ରେ ଏବଂ ଶେଷ ମ୍ୟାଚ୍‌ ତ୍ରିନିଦାଦରେ ଖେଳାଯିବ। ଏହି ମ୍ୟାଚ୍‌ ସନ୍ଧ୍ୟା ୭ଟା ରେ ଆରମ୍ଭ ହେବ। ଟେଷ୍ଟ ସିରିଜକୁ ଭାରତ ୧-୦ ରେ ଜିତିବା ପରେ ଦିନିକିଆରେ ଏହି ଧାରା ବଜାୟ ରଖିବା ଲକ୍ଷ୍ୟରେ ରୋହିତ ବାହିନୀ। ବିରାଟ, ରୋହିତ ଭଲ ଫର୍ମରେ ଥିବା ବେଳେ ସୂର୍ଯ୍ୟକୁମାର, ଇଶାନ କିସନ୍ ଓ ଚହଲଙ୍କ ଉପରେ ସମସ୍ତଙ୍କ ନଜର ରହିବ । ସେପଟେ ଏହାକୁ ନେଇ କ୍ରୀଡାପ୍ରେମୀଙ୍କ ମନରେ ବେସ ଉତ୍କଣ୍ଠା ଥିବା ଦେଖିବାକୁ ମିଳିଛି ।