ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଶେଷ ଦିନ

ଅପରାହ୍ନରେ ଦିଲ୍ଲୀ ଫେରିଯିବେ ମହାମହିମ

ଓଡ଼ିଶାରେ ମହାମହିମ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ଦିନିଆ ଓଡ଼ିଶା ଗସ୍ତର ଆଜି ତୃତୀୟ ତଥା ଶେଷଦିନ । ଭୁବନେଶ୍ୱର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ ହାଉସ୍ କମ୍ପ୍ଲେକ୍ସର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବା ସହ ସକାଳ ୧୦ଟା ୩୫ ମିନିଟରେ ଦଶବାଟିଆଠାରେ ପହଞ୍ଚିଥିଲେ ମ୍ୟାଡାମ୍ ପ୍ରେସିଡେଣ୍ଟ । ସେଠାରେ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବା ପରେ ବ୍ରହ୍ମାକୁମାରୀର ୨୦ ଜଣ ବରିଷ୍ଠ ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ । ସେଠାରେ ରାଷ୍ଟ୍ରପତି ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଥିଲା। ସେଠାରୁ ରାଜଭବନ ଫେରିବା ସହିତ ଅପରାହ୍ନରେ 4.25 ମିନିଟ୍ ରେ ଦିଲ୍ଲୀ ଫେରିଯିବେ ମହାମହିମ ।