ରାଜ୍ୟରେ ଏବେ ବି ବନ୍ଦ ହୋଇନି ବାଲ୍ୟବିବାହ

୬ ବର୍ଷରେ ରାଜ୍ୟରେ ୮ ହଜାର ୧୫୯ଟି ବାଲ୍ୟ ବିବାହ

ରାଜ୍ୟରେ ଏବେ ବି ବନ୍ଦ ହୋଇନି ବାଲ୍ୟବିବାହ । ବିଧାନସଭାରେ ଉପ-ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି । ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ଗତ ୬ ବର୍ଷରେ ରାଜ୍ୟରେ ୮ ହଜାର ୧୫୯ଟି ବାଲ୍ୟ ବିବାହ ହୋଇଛି । ଏହି ଅବଧିରେ ନବରଙ୍ଗପୁରରେ ସର୍ବାଧିକ ୧୩୪୭ ଟି ବାଲ୍ୟବିବାହ ହୋଇଛି । ସେହିଭଳି ତାଲିକାର ଦ୍ବିତୀୟରେ ଥିବା ଗଞ୍ଜାମ ଜିଲ୍ଲାରେ ୯୬୬ଟି ବାଲ୍ୟ ବିବାହ ହୋଇଛି । କୋରାପୁଟରେ ୬୩୬ ବାଲ୍ୟ ବିବାହ ହୋଇଛି । ଏସବୁ ବାଦ୍ ତେବେ ସମ୍ବେଦନଶୀଳ ପ୍ରସଙ୍ଗକୁ ଯଦି ଦେଖିବେ , ରାଜ୍ୟରେ ୬ ବର୍ଷ ମଧ୍ୟରେ ୩୨୮ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଅନ୍ୟପଟେ ବାଲ୍ୟବିବାହରେ ରୋକ ଲଗାଇବାକୁ ବ୍ଲକସ୍ତରରେ, ଅଙ୍ଗନବାଡି ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ପ୍ରତି ୩ ମାସରେ ବ୍ଲକ, ଗ୍ରାମପଞ୍ଚାୟତସ୍ତରରେ ସଚେତନତା ସଭା କରାଯାଉଛି ।