ଆଜିଠୁ ବିଧାନସଭା ଅଧିବେଶନ

ଆଜିଠୁ ବିଧାନସଭା ବଜେଟ୍ ଅଧିବେଶନ

ଆଜିଠୁ ବିଧାନସଭା ଅଧିବେଶନ। ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଆରମ୍ଭ ହେବ । ଏପ୍ରିଲ ୫ ପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ଅଧିବେଶନ ଚାଲିବ । ପ୍ରଥମ ପର୍ଯ୍ୟାୟ ୧୩ରୁ ୨୧ ଏବଂ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୭ରୁ ଅପ୍ରେଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଫେବୃଆରୀ ୧୭ରେ ଅର୍ଥମନ୍ତ୍ରୀ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ ।  ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ରାଜ୍ୟପାଳଙ୍କୁ ସୌଜନ୍ୟ ମୂଳକ ସାକ୍ଷତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ବଜେଟ ଅଧିବେଶନ ପ୍ରଥମ ଦିନରେ ଅଭିଭାଷଣ ରଖିବେ ରାଜ୍ୟପାଳ। ରାଜ୍ୟର ବିକାଶ ଓ ଅଭିବୃଦ୍ଧିର ଚିତ୍ର ରଖିବେ ।ଏହି ଅଧିବେଶନ ୨୮ଦିନ ଚାଲିବାକୁ ଥିବାବେଳେ ଗୃହ ସୁରୁଖୁରୁରେ ଚାଲିବା ନେଇ ବସିଛି ସର୍ବଦଳୀୟ ବୈଠକ । ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସହ ସବୁ ଦଳର ବିଧାୟକ ବୈଠକରେ ସାମିଲ ହୋଇଥିଲେ।