କାଲିଠୁ ବିଧାନସଭାର ବଜେଟ୍ ଅଧିବେଶନ, ଆଜି ସର୍ବଦଳୀୟ ବୈଠକ

ଆଜି ସର୍ବଦଳୀୟ ବୈଠକ

ଆସନ୍ତାକାଲିଠୁ ବିଧାନସଭାର ବଜେଟ୍ ଅଧିବେଶନ। ଏହା ପୂର୍ବରୁ ଆଜି ବସୁଛି ସର୍ବଦଳୀୟ ବୈଠକ। ବାଚସ୍ପତି ସୁରମା ପାଢୀଙ୍କ ଅଧକ୍ଷତାରେ ବୈଠକ ବସିବ। ଗୃହକୁ ସୁପରିଚାଳନା ନେଇ ଆଲୋଚନା କରିବେ ବାଚସ୍ପତି। ଏଥର ଦୁଇଟି ପର୍ୟ୍ୟାୟରେ ହେବ ବଜେଟ୍ ଅଧିବେଶନ। ସେପଟେ ରାଜଭବନରେ ଅନୁଷ୍ଠିତ ହୋଇଛି ବଡ଼ ବୈଠକ। ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଭିତରେ ଚାଲିଛି ଆଲୋଚନା। ବିଧାନସଭା ସମର୍କିତ ଚର୍ଚ୍ଚା ହେଉଥିବା ସୂଚନା । ମହାମହିମ ହାରିବାବୁ କମ୍ଭମ ପାଟି ପ୍ରଥମ ଥର ପାଇଁ ବିଧାନସଭାରେ ରଖିବେ ନିଜର ଅଭିଭାଷଣ ।