ଭିଡ଼ ପାଇଁ ୫ ଦିନ ବନ୍ଦ ସଙ୍ଗମ ଷ୍ଟେସନ
ପ୍ରୟାଗରାଜରେ ପ୍ରବଳ ଭିଡ଼। ମହାକୁମ୍ଭରେ ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ଯିବା ପାଇଁ ସବୁ ରାସ୍ତାରେ ଭାରି ଜାମ । ୨୦୦-୩୦୦ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି ଗାଡି । ବିଭିନ୍ନ ଆଡୁ ପ୍ରୟାଗରାଜକୁ ସଂଯୋଗ କରୁଥିବା ସବୁ ରାସ୍ତାରେ ପ୍ରବଳ ଗହଳି । ଦୀର୍ଘ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି ଗାଡ଼ି । ଭିଡ଼କୁ ଦୃଷ୍ଟିରେ ରଖି ସଙ୍ଗମ ଷ୍ଟେସନକୁ ୫ ଦିନ ପାଇଁ ବନ୍ଦ କରିଦିଆଯାଇଛି । ଷ୍ଟେସନରେ ପାଦ ରଖିବାକୁ ବି ଜାଗା ନାହିଁ । ଅସମ୍ଭାଳ ଭିଡ଼ ପାଇଁ ରେଲୱେ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ମାଘ ପୂର୍ଣ୍ଣିମା ସ୍ନାନ ପାଇଁ ବ୍ୟବସ୍ଥା କରିବାକୁ ନିଆଯାଇଛି ନିଷ୍ପତ୍ତି। ୧୨ ତାରିଖରେ ରହିଛି ମାଘ ପୂର୍ଣ୍ଣିମା ସ୍ନାନ। ତ୍ରିବେଣୀ ସଙ୍ଗମରେ ମାଘ ସ୍ନାନ ପାଇଁ ବଢିଲାଣି ଭିଡ଼। ବର୍ତ୍ତମାନ ସୁଦ୍ଧା ବୁଡ଼ ପକାଇଲେଣି ୪୧ କୋଟିରୁ ଅଧିକ ଶ୍ରଦ୍ଧାଳୁ।
