ରାହୁଲ ଗାନ୍ଧୀ ନାମରେ ମାମଲା
ରାହୁଲ ଗାନ୍ଧୀ ନାମରେ ମାମଲା ରୁଜୁ କଲା ଝାରସୁଗୁଡ଼ା ପୋଲିସ । ଝାରସୁଗୁଡ଼ା ନାଗରିକ ଫୋରମ ଏତଲା ଆଧାରରେ ମାମଲା । ରାହୁଲ ଗାନ୍ଧି ବିବାଦୀୟ ବୟାନ ଦେଇଥିବା ଅଭିଯୋଗ । ଉଦେ୍ଦଶ୍ୟ ମୂଳକ ଭାବେ ହିନ୍ଦୁ ବିରୋଧି ଓ ଦେଶ ବିରୋଧୀ ମତ ଦେଉଥିବା ରାହୁଲ୍ ଗାନ୍ଧୀଙ୍କ ବିରୋଧରେ ଝାରସୁଗୁଡ଼ା ପୋଲିସ ମାମଲା ରୁଜୁ କରିଛି । ଫୋରମର ଅଭିଯୋଗ ଅନୁସାରେ, ରାହୁଲ୍ ଗାନ୍ଧୀ ବାରମ୍ବାର ହିନ୍ଦୁ ଧର୍ମ, ସନାତନ ଧର୍ମ, ବିରୁଦ୍ଧରେ ଆପତ୍ତି ଜନକ ମନ୍ତବ୍ୟ ଦେଇ ଆସୁଛନ୍ତି । ବିଜେପି ଆରଏସଏସ୍ ବିରୋଧରେ କହିବାକୁ ଯାଇ ଉଦେ୍ଦଶ୍ୟ ମୂଳକ ଭାବେ ଦେଶ ବିରୋଧରେ ମତ ଦେଉଛନ୍ତି । ଏପରିକି ଦେଶ ବିରୁଦ୍ଧରେ ଲଢେ଼ଇ କରୁଥିବା ସମ୍ବନ୍ଧରେ ଖୋଲା ଖୋଲି କହୁଛନ୍ତି। ଯାହାକି ବିଭିନ୍ନ ଗଣ ମାଧ୍ୟମରେ ପ୍ରସାର କରାଯାଇଛି । ଏହା ସମଗ୍ର ଦେଶବାସୀଙ୍କୁ ଚକିତ କରୁଛି । ଏଣୁ ଏପରି ଦେଶ ବିରୁଦ୍ଧରେ ଲଢେ଼ଇ କରୁଥିବା କହି ଦେଶରେ ଅଶାନ୍ତ ବାତା ବରଣ ସୃଷ୍ଟି କରୁଥିବା କଂଗ୍ରେସ୍ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଆଇନ୍ ଅନୁସାରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି।
