ଦିଲ୍ଲୀ ସଚିବାଳୟ

ସିଲ୍ ହେଲା ଦିଲ୍ଲୀ ସଚିବାଳୟ

ସିଲ୍ ହେଲା ଦିଲ୍ଲୀ ସଚିବାଳୟ। ସବୁ ଦସ୍ତାବିଜ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ। ଆପର ପରାଜୟ ଭିତରେ ଦିଲ୍ଲୀ ସଚିବାଳୟକୁ ସିଲ୍ କରାଯାଇଛି । ସୂଚନାଅନୁସାରେ ସଚିବାଳୟରେ ଥିବା ସମସ୍ତ ଫାଇଲକୁ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ ସରକାରର ଜେନେରାଲ ଆଡମିନଷ୍ଟ୍ରେସନ ଡିପାର୍ଟମେଣ୍ଟ ଏକ ନୋଟିସ ଜାରି କରିଛି ।

ନୋଟିସରେ କୁହାଯାଇଛି କି ସୁରକ୍ଷା ସମ୍ବନ୍ଧୀୟ ଚିନ୍ତା ଓ ଅଭିଲେଖାର ସୁରକ୍ଷା ପାଇଁ ଏହି ଅନୁରୋଧ କରାଯାଉଛି କି ସାଧାରଣ ପ୍ରଶାସନ ବିଭାଗର ବିନା ଅନୁମତିରେ କୌଣସି ଫାଇଲ, କମ୍ପ୍ୟୁଟର ହାର୍ଡଓ୍ୱେୟାର ବାହାରକୁ ନନେବା ପାଇଁ ନିର୍ଦ୍ଦେଶ ରହିଛି ।