ଆସନ୍ତାକାଲି ମିଳିବ ସୁଭଦ୍ରା ଟଙ୍କା
ଆସନ୍ତାକାଲି ମିଳିବ ସୁଭଦ୍ରା ଟଙ୍କା । ଯାଜପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଟଙ୍କା ବଣ୍ଟା ଯିବ । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟରେ ୧୮ ଲକ୍ଷ ମହିଳାଙ୍କୁ ଟଙ୍କା ବଣ୍ଟନ କରାଯିବ । କାଲି ଟଙ୍କା ମିଳିବା ପରେ ୯୮ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଲାଭବାନ ହେବେ । ଏହାସହ ଯେଉଁମାନେ ଏନପିସିଆଇରେ ରହିଯିବେ ସେମାନଙ୍କୁ ମାର୍ଚ୍ଚ ୮ ତାରିଖ ସୁଦ୍ଧା ଯୋଡ଼ାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ମାର୍ଚ୍ଚ ୮ରେ ଯେଉଁମାନେ ଯୋଡି ହେବେ ସେମାନେ ଉଭୟ ପ୍ରଥମ କିସ୍ତି ଓ ଉଭୟ ଦ୍ବିତୀୟ କିସ୍ତିର ଟଙ୍କା ପାଇବେ । ୩ ଲକ୍ଷ ୩୮ ହଜାର ଘଚଉଓ ମଧ୍ୟରୁ ୫୯ ହଜାର ଏନପିସିଆଇ କ୍ଲିୟର ହୋଇଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଯେପରି ଜଣେ ବି ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାରୁ ବାଦ ପଡିବେନି ସେନେଇ ଗୁରୁତ୍ୱ ଦିଆଯାଉଛି । ଆଜି ସମ୍ବଲପୁରରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଶୁଭାରମ୍ଭ ଅବସରରେ ପ୍ରଭାତୀ ପରିଡ଼ା ଏହା କହିଛନ୍ତି ।
