ଭାରତ-ଇଂଲଣ୍ଡ ଦିନିକିଆ, ଆଜି ଭୁବନେଶ୍ୱରରେ ପହଞ୍ଚିବେ ଖେଳାଳି
ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ । ଆଜି ଭୁବନେଶ୍ୱରରେ ପହଞ୍ଚିବେ ଖେଳାଳି । ରାତି ୭.୪୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ବିମାନବନ୍ଦରରୁ ଷ୍ଟାଡିୟମ ପର୍ଯ୍ୟନ୍ତ ପୋଲିସର କାରକେଡ ରିହରସାଲ ସରିଛି । ଏୟାରପୋର୍ଟରୁ କଡ଼ା ସୁରକ୍ଷାରେ ମେ’ ଫେୟାର ଯିବେ ଖେଳାଳି । ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିବେ । ଇଂଲଣ୍ଡ ଖେଳାଳି ଅପରାହ୍ନ ଗୋଟାଏରୁ ୪ଟା ପର୍ଯ୍ୟନ୍ତ ଅଭ୍ୟାସ କରିବେ । ଭାରତୀୟ ଖେଳାଳି ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଅଭ୍ୟାସ କରିବେ । ୯ ତାରିଖରେ ସୁପର ସଣ୍ଡେରେ ହେବ ଦ୍ୱିତୀୟ ମ୍ୟାଚ୍ । ପ୍ରଥମ ମ୍ୟାଚ ଜିତି ୩ ଟିକିଆ ସିରିଜରେ ୧-୦ରେ ଆଗୁଆ ଅଛି ଭାରତ । ରବିବାର ଦ୍ବିତୀୟ ଦିନିକିଆ ଖେଳିବା ପରେ ତୃତୀୟ ତଥା ଶେଷ ମ୍ୟାଚ ଖେଳିବାକୁ ପାଇଁ ଗୁଜୁରାଟ ଅଭିମୁଖେ ବାହାରିଯିବେ ଉଭୟ ଟିମ୍। ଖେଳାଳି ମାନଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ ରହିଛି ଭୁବନେଶ୍ୱରର ହୋଟେଲ ମେ’ ଫେୟାର । ପାରମ୍ପରିକ ନୃତ୍ୟଗୀତ ସାଙ୍ଗକୁ ଶଙ୍ଖନାଦରେ ଉଭୟ ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ସ୍ୱାଗତ କରାଯିବ । ମାଣ୍ଡିଆରୁ ପ୍ରସ୍ତତ ମଣ୍ଡା ପିଠା ସାଙ୍ଗକୁ ଅନ୍ୟାନ୍ୟ ପିଠା, ମିଠା ଓ ଓଡ଼ିଆ ଘରର ସୁସ୍ବାଦୁ ବ୍ୟଞ୍ଜନ ଅତିଥି ମାନଙ୍କୁ ପରସାଯିବ ।
