୩୧୩୩ କେନ୍ଦ୍ରରେ ୫ଲକ୍ଷ ୨୨ହଜାର ୩୩୬ ପରୀକ୍ଷାର୍ଥୀ ଦେବେ ପରୀକ୍ଷା
ମାଟ୍ରିକ ପରୀକ୍ଷା ନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ ସାମ୍ବାଦିକ ସମ୍ମିଳନୀ। ଚଳିତ ଥର ମୋଟ ୫ ଲକ୍ଷ ୨୨ ହଜାର ୩୩୬ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ଆସନ୍ତା ୨୧ ତାରିଖରୁ ମାର୍ଚ୍ଚ୬ ତାରିଖ ପର୍ୟ୍ୟନ୍ତ ଚାଲିବ ପରୀକ୍ଷା। ୩୧୩୩ ପରୀକ୍ଷା କେନ୍ଦ୍ର କରାଯାଇଛି। ୩୧୪ ଟି ନୋଡାଲ ସେଣ୍ଟର କରାଯାଇଛି। ୨୧ ଟି ନୋଡାଲ ସେଣ୍ଟର ପୋଲିସ ଷ୍ଟେସନ ହୋଇଛି। କନ୍ଧମାଳରେ ୭ଟି କୋରାପୁଟରରେ ୪ଟି ମାଲକାନଗିରିରେ ୧୦ଟି ହୋଇଛି। ୧୨ ତାରିଖରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନ ପତ୍ର ଯିବ । ୧୯ ତାରିଖ ସୁଦ୍ଧା ସମସ୍ତ ପରୀକ୍ଷା କେନ୍ଦ୍ର ପ୍ରଶ୍ନ ପତ୍ର ପହଞ୍ଚିଯିବ। ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ପ୍ରଶ୍ନ ପତ୍ରରେ ସିରିଏଲ ନମ୍ବର ରହିଛି । ଯଦି ପ୍ରଶ୍ନ ପତ୍ର ଭାଇରଲ ହୁଏ ତାହାଲେ ଜଣା ପଡିଯିବ କେଉଁଠୁ ଭାଇରଲ ହେଲା । କପି ରୋକିବା ପାଇଁ ନୋଡାଲ ସେଣ୍ଟରରେ ଲାଇଭ୍ ଷ୍ଟ୍ରିମଙ୍ଗ କରାଯିବ। ତା ସହ ୬୦୦ ସିସିଟିଭି ପରୀକ୍ଷା କେନ୍ଦ୍ରରେ ଲଗାଯିବ। ପରୀକ୍ଷା କେନ୍ଦ୍ରକୁ ମୋବାଇଲ ମନା । କେହିବି ମୋବାଇଲ ଫୋନ ପରୀକ୍ଷା କେନ୍ଦ୍ରକୁ ନେଇ ପାରିବେ ନାହିଁ। ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ୭.୩୦ ରୁ ୮.୩୦ ମଧ୍ୟରେ ପହଞ୍ଚିବ। ୯ ଟାରୁ ୧୧.୩୦ ଯାଏଁ ହେବ ପରୀକ୍ଷା । ମାର୍ଚ୍ଚ ୧୯ତାରିଖରୁ ଆରମ୍ଭ ହେବ ମାଟ୍ରିକ ଖାତାଦେଖା । ୪୭ଟି କେନ୍ଦ୍ରରେ ଖାତା ଦେଖା ହେବ । ପରୀକ୍ଷା ସରିବାର ମାସେ ଭିତରେ ପ୍ରକାଶ ପାଇବ ରେଜଲ୍ଟ ।
