ଜନଶୁଣାଣିର ଅଭିଯୋଗ ତୁରନ୍ତ ସମାଧାନ କରିବାକୁ ସିଏମଓରୁ ଚିଠି
ଜନଶୁଣାଣିକୁ ନେଇ ସିଏମଓରୁ କଡ଼ା ଚେତାବନୀ । ଜନଶୁଣାଣିର ଅଭିଯୋଗ ତୁରନ୍ତ ସମାଧାନ କରିବାକୁ ସିଏମଓରୁ ଚିଠି । ଲୋକମାନେ ଆଣୁଥିବା ଅଭିଯୋଗର ସମାଧାନ ତୁରନ୍ତ ନହେଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ବା ସିଏମ୍ଓ ପକ୍ଷରୁ ଚିଠି ହୋଇଛି । ସବୁ ଜିଲ୍ଲାର ଜିଲ୍ଲାପାଳ, ଏସପି, ପୋଲିସ ଡିଜି, ପୋଲିସ କମିଶନର ସମସ୍ତଙ୍କୁ ସିଏମଓ ପକ୍ଷରୁ ଚିଠି ହୋଇଛି । କିଛି ଲୋକମାନେ ସେମାନଙ୍କ ସମସ୍ୟାର ସମାଧାନ ହେଉନଥିବାରୁ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁଛନ୍ତି । ସେମାନଙ୍କ ସମସ୍ୟାର ସମାଧାନ ଯେପରି ଥରକରେ ହୋଇପାରିବ, ତାହା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ଏବଂ ଅନ ଦି ସ୍ପଟ୍ ବିଭିନ୍ନ ସମସ୍ୟାର ସମାଧାନ କରୁଛନ୍ତି । ଆଜି ସୁଦ୍ଧା ୯ଥର ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ସମସ୍ୟା ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
