ଅର୍ଥ କମିଶନଙ୍କ ପାଖରେ 12 ଲକ୍ଷ 59 ହଜାର 148 କୋଟି ଟଙ୍କାର ଦାବି
ଷୋଡ଼ଶ ଅର୍ଥ କମିଶନଙ୍କ ସହ ରାଜ୍ୟ ସରକାରଙ୍କ ସହ ଶେଷ ହୋଇଛି ବୈଠକ । ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶାର ଦାବି ସମ୍ପର୍କରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଶେଷ କରି ଓଡ଼ିଶାର ଅର୍ଥନୈତିକ ସ୍ଥିତି ସହ ଗ୍ରୋଥ ଏବଂ ବିକାଶ କାମକୁ ଅନୁଧ୍ୟାନ କରିଛନ୍ତି ଷୋଡ଼ଶ ଅର୍ଥ କମିଶନ । ଏହାସହ ଆଗାମୀ ଦିନରେ ଓଡ଼ିଶା କେମିତି ଗୁରୁତ୍ଵ ଦେବ, ସମୃଦ୍ଧ ଓଡ଼ିଶା କରିବା ପାଇଁ ଚିନ୍ତନ କରାଯାଇଛି । ରାଜ୍ୟର ବିଭିନ୍ନ ଆର୍ଥିକ ଦିଗ ସହ ଗଠନ ମୂଳକ ପଦକ୍ଷେପ ଉପରେ ଆଲୋଚନା କରାଯାଇଛି । ବିକାଶ ମୂଳକ ଆବଶ୍ୟକତା ଓ ଆର୍ଥିକ କ୍ଷମତା ନେଇ ଆଲୋଚନା ହୋଇଛି । କମିଶନଙ୍କ ନିକଟରେ ବିକଶିତ ଓଡ଼ିଶା ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର । ୨୦୨୬-୩୧ ଯାଏଁ ପଞ୍ଚ ବାର୍ଷିକ ଯୋଜନା ମାଧ୍ୟମରେ ଏହା ପ୍ରତିଫଳିତ ହେବ ବୋଲି ଆଶା ଅଛି । ଏହାକୁ ଆଧାର କରି କମିଶନ ନିକଟରେ ଦାବି ରଖାଯାଇଛି ।
() କେନ୍ଦ୍ର ସରକାରଙ୍କ ଟିକସ ଆୟରୁ 41 ପ୍ରତିଶତ ରାଜ୍ୟ ମାନଙ୍କୁ ବଣ୍ଟନ କରାଯାଉଛି । ଏହାକୁ କେମିତି 50 ପ୍ରତିଶତକୁ ବୃଦ୍ଧି କରିବା ପାଇଁ ଦାବି ରଖାଯାଇଛି । ଉଭୟ ଲିଖିତ ଓ ବକ୍ତବ୍ୟ ମାଧ୍ୟମରେ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ
() କେନ୍ଦ୍ର ଟିକସର ରାଜ୍ୟ ମାନଙ୍କୁ ନିର୍ଦ୍ଧାରିତ ସୂତ୍ରରେ ବଣ୍ଟନ କରାଯାଏ । ଓଡ଼ିଶାର 4.528 ପ୍ରତିଶତ ଭାଗ ଓଡ଼ିଶା ପାଇଥାଏ । ଏହାକୁ 4.964 ପ୍ରତିଶତକୁ ବୃଦ୍ଧି କରିବାକୁ ଦାବି ରଖାଯାଇଛି ।
() ମୋଟ ରାଜସ୍ୱ ପ୍ରାପ୍ତିର 2 ପ୍ରତିଶତ ଗ୍ରାମୀଣ ଓ ସହରାଞ୍ଚଳ ପାଇଁ ସ୍ଥିର କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଏହା ଦ୍ବାରା ଅର୍ଥ ପଞ୍ଚାୟତିରାଜ ଓ ପୌର ଅଞ୍ଚଳ ପାଇଁ ସ୍ବତନ୍ତ୍ର ଅନୁଦାନ ମିଳିପାରିବ ।
() ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି 75 ପ୍ରତିଶତ କେନ୍ଦ୍ର ଦେଇଥାଏ ଓ 25 ଭାଗ ରାଜ୍ୟ ଦିଏ । ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଓଡ଼ିଶା । ତେଣୁ କେନ୍ଦ୍ର ସରକାର ନିକଟରେ 100 ପ୍ରତିଶତ ଦେବା ପାଇଁ ଦାବି ରଖାଯାଇଛି ।
() ସ୍ୱାସ୍ଥ୍ୟ, ଜଳ ଯୋଗାଣ, ପରିମଳ ଉପରେ ମଧ୍ୟ ପ୍ରସ୍ତାବ ଦିଆଯାଇଛି ।
() ହସ୍ତାନ୍ତର ପୂର୍ବରୁ ରାଜସ୍ୱ ନିଅଣ୍ଟ ବାବଦକୁ 9,88,422 କୋଟି ଟଙ୍କା ଦାବି
() ରାଜ୍ୟର ନିର୍ଦ୍ଦିଷ୍ଟ ଆବଶ୍ୟକତା ବାବଦରେ 1 ଲକ୍ଷ 10 ହାଜର 434 କୋଟି ଟଙ୍କା ଦାବି କରାଯାଇଛି ।
() ସହରାଞ୍ଚଳ ବିକାଶ ପାଇଁ 1 ଲକ୍ଷ 36 କୋଟି ଟଙ୍କା ଦାବି ।
() SDRF ପାଇଁ 31 ହାଜର 4 କୋଟି ଟଙ୍କା, SDMF ପାଣ୍ଠିପାଇଁ 29 ହାଜର 252 କୋଟି ଟଙ୍କା ଦାବି
() ମୋଟ 12 ଲକ୍ଷ 59 ହଜାର 148 କୋଟି ଟଙ୍କା ଦାବି ରଖାଯାଇଛି ।
() ପୂର୍ବ ଅପେକ୍ଷା ଅଧିକ ଆର୍ଥିକ ସହାୟତା ଆସିବ ବୋଲି ଆଶା ଅଛି ।
() ସହରୀକରଣ, କୃଷି ଓ ଗ୍ରାମ୍ୟ ଉନ୍ନୟନ ଉପରେ ଫୋକସ୍, MSME ଉପରେ ଫୋକାସ, ବନ୍ଦର ଆଧାରିତ ଅର୍ଥନୀତି ଉପରେ ଫୋକସ, ଦକ୍ଷତା ବିକାଶ ଉପରେ ଫୋକସ
() 4 କୋଟି 70 ଲକ୍ଷ ଲୋକଙ୍କୁ ଆଧାର କରି ସମୃଦ୍ଧ ଓଡିଶା ଗଠନ ପାଇଁ ଲକ୍ଷ୍ୟ ରଖାଯାଇଛି । ଭାରତର ଶ୍ରେଷ୍ଠ 5ଟି ରାଜ୍ୟ ଭିତରେ ରହିବା ପାଇଁ ଲକ୍ଷ୍ୟ ରଖିଛି ଓଡ଼ିଶା ।
