ରାଜ୍ୟ ସରକାରଙ୍କ ସହ ଅର୍ଥ କମିଶନଙ୍କ ବୈଠକ

ଅର୍ଥ କମିଶନ ନିକଟରେ ୧୨ ଲକ୍ଷ ୫୬ ହଜାର ୧୪୮ କୋଟି ଟଙ୍କାର ଦାବି

ରାଜ୍ୟ ସରକାରଙ୍କ ସହ ଅର୍ଥ କମିଶନଙ୍କ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗ ସଚିବ ଏବଂ ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀଙ୍କ ସହ ଷୋଡ଼ଶ ଅର୍ଥ କମିଶନଙ୍କ ବୈଠକ ଚାଲିଛି। ଅର୍ଥ କମିଶନଙ୍କ ପାଖରେ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନର ରୋଡ଼ ମ୍ୟାପ ଉପସ୍ଥାପନ କରିବେ ରାଜ୍ୟ ସରକାର। ଏହାସହ ଅର୍ଥ କମିଶନଙ୍କୁ ଓଡ଼ିଶା ସ୍ବାର୍ଥ ସମ୍ବଳିତ ଦାବି ପତ୍ର ଦେବେ ରାଜ୍ୟ ସରକାର। ପାଞ୍ଚ ବର୍ଷର ଯୋଜନା ନେଇ ରାଜ୍ୟ ସରକାର କମିଶନଙ୍କ ନିକଟରେ ଦାବି ରଖିଛନ୍ତି। ଅର୍ଥ କମିଶନ ନିକଟରେ ୧୨ ଲକ୍ଷ ୫୬ ହଜାର ୧୪୮ କୋଟି ଟଙ୍କାର ଦାବି ରଖିବେ ଓଡିଶା ସରକାର। ବୈଠକ ପରେ ଅର୍ଥ କମିଶନ ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଉଦବୋଧନ ଦେବେ। ସେହିପରି ଅର୍ଥ କମିଶନ ଟିମ୍ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ନିର୍ବାଚିତ ପ୍ରତିନିଧି, ପଞ୍ଚାୟତ ଓ ପୌରାଞ୍ଚଳ ଗୁଡ଼ିକର ନିର୍ବାଚିତ ପ୍ରତିନିଧି, ଟ୍ରେଡ଼ ୟୁନିୟନ ସଦସ୍ୟ ମାନଙ୍କ ସହ ଭେଟି ଆଲୋଚନା କରିବାର କାର୍ଯକ୍ରମ ରହିଛି।