ଛତିଶଗଡ଼ ବିଜାପୁରରେ ମାଓବାଦୀଙ୍କ ବର୍ବରକାଣ୍ଡ

ପୋଲିସ ଇନଫର୍ମର ସନ୍ଦେହରେ ୨ଜଣଙ୍କୁ ହତ୍ୟା

ଛତିଶଗଡ଼ ବିଜାପୁରରେ ମାଓବାଦୀଙ୍କ ବର୍ବରକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ୨ଜଣଙ୍କୁ ହତ୍ୟା । ବାସାଗୁଡ଼ା ବଡ଼ାଗାଚେର ଗାଁରେ ଯୁବକଙ୍କୁ ନିର୍ମମ ହତ୍ୟା କରିଛନ୍ତି ମାଓବାଦୀ । ମୃତ୍ୟୁ ହୋଇଥିବା ଯୁବକଙ୍କ ନାମ ହେଉଛି ମୁନ୍ନା ମାଡଭି ଓ ରାଜୁ କରାମ । ହତ୍ୟା କରିବା ପରେ ଗାଁରେ ମୃତଦେହ ପକାଇ ଚାଲିଗଲେ ମାଓବାଦୀ । ସେପଟେ ଝାଡ଼ଖଣ୍ଡ ଗଡ଼ଚିରୋଲିରେ ମାଓବାଦୀଙ୍କ ଆତ୍ମସମର୍ପଣ । ମାଓବାଦୀ ବାଲାନ୍ନା ଏବଂ ବନିତାଙ୍କ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା୨ ମାଓ ଦମ୍ପତି ହେଉଛନ୍ତି ୬୩ ବର୍ଷିୟ ବାଲାନ୍ନା ଏବଂ ତାଙ୍କ ୫୪ ବର୍ଷିୟ ପତ୍ନୀ ବନିତା ଆତ୍ମସମର୍ପଣ କରିଛନ୍ତି । ବାଲାନ୍ନା ଡିଭିସିଏମ୍ ଓ ବନିତା ଏସିଏମ ଭାବେ ସକ୍ରିୟ ଥିଲେ। ଉଭୟ ଟେକ୍ନିକାଲ ଟିମର ସଦସ୍ୟ ଥିଲେ । ସେହିପରି ମାଓନେତା ସମୀର ଓ ତାଙ୍କ ପତ୍ନୀ ମୁନ୍ନି ମଧ୍ୟ ଆତ୍ମସମର୍ପଣ କରିଛନ୍ତି । ସମସ୍ତଙ୍କ ନାଁରେ ୨୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।