ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ବନ୍ଦ ନିର୍ଦ୍ଦେଶ
ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ବନ୍ଦ କରିବାକୁ ନିଦେ୍ର୍ଦଶ । ଅଶ୍ଲୀଳ ନୃତ୍ୟ ପାଇଁ ବିଏମସି କଡା ଚେତାବନୀ । ଐତିହାସିକ ପରମ୍ପରା ମର୍ୟ୍ୟାଦା ଭିତରେ ଯାତ୍ରା ପରିବେଷଣ ପାଇଁ ନିର୍ଦ୍ଦେଶ । ନିୟମ ଉଲ୍ଲଘଂନ କଲେ ନିଆଯିବ କଡ଼ା କାର୍ୟ୍ୟାନୁଷ୍ଠାନ । ଗାଇଡଲାଇନ ଅନୁସାରେ ପରିବେଷଣ ପାଇଁ ସବୁ ଯାତ୍ରା କମିଟିଙ୍କୁ ଅବଗତ କରାଯାଇଥିବା କହିଛନ୍ତି ବିଏମସି କମିଶନର ରାଜେଶ ପ୍ରଭାକାର ପାଟିଲ । ମର୍ଯ୍ୟାଦା ଭିତରେ ଯାତ୍ରା ପରିବେଷଣ ପାଇଁ ପରାମର୍ଶ ଦେଇଛନ୍ତି । ଖଣ୍ଡଗିରିରେ ମର୍ଯ୍ୟାଦା ହାନି ନକରିବାକୁ ପାର୍ଟି ମାଲିକଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । କିଛିଦିନ ପୂର୍ବରୁ ଭଦ୍ରକରେ ଏଭଳି ଏକ ଘଟଣା ଘଟିଥିଲା । ଯାତ୍ରାରେ ଅଶ୍ଲୀଳ ନାଚକୁ ବିରୋଧ ହୋଇଥିଲା । ଯାତ୍ରାରେ ମେଲୋଡି ମଝିରେ ଜୋତା ଫିଙ୍ଗିଥିଲେ ମହିଳା । କିଛି ସମୟ ପାଇଁ ଯାତ୍ରା ବନ୍ଦ ହୋଇଥିଲା । କାଳୀପୂଜା ଉପଲକ୍ଷେ ଭଦ୍ରକ ଜିଲ୍ଲାରେ ଯାତ୍ରା ପରିବେଷଣ ହେଉଥିଲା । ବେଶ କିଛି ସମୟ ପାଇଁ ବନ୍ଦ ହୋଇଥିଲା ଯାତ୍ରା ଆୟୋଜକ କମିଟି ସଦସ୍ୟ ବହୁ ବୁଝାସୁଝା ପରେ ଯାତ୍ରା ଆୟୋଜିତ ହୋଇଥିଲା ।
