କେଜ୍ରିୱାଲଙ୍କ ଉପରେ ବର୍ଷିଲେ ମୋଦୀ

କେଜ୍ରିୱାଲଙ୍କ ଉପରେ ବର୍ଷିଲେ, ଦିଲ୍ଲୀ ବାସୀଙ୍କୁ ପ୍ରତିଶ୍ରୁତି ଦେଲେ ମୋଦୀ

ଦିଲ୍ଲୀରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି, ସମସ୍ତ ଦଳର ପ୍ରଚାର ଜୋରସୋରରେ ଚାଲିଛି । ନିର୍ବାଚନ ଦିନ ଯେତେ ପାଖେଇ ଆସୁଛି ଜାତୀୟ ରାଜଧାନୀରେ ନିର୍ବାଚନୀ ପ୍ରଚାର ଉଷ୍ମତା ସେତେ ବଢ଼ି ବଢ଼ି ଚାଲିଛି । ୭୦ ବିଧାନସଭା ଆସନ ପାଇଁ ହେବାକୁ ଯାଉଥିବା ଏହି ଭୋଟରେ ଆମ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ମଧ୍ୟରେ ଏକ ତ୍ରିମୁଖି ଲଢେଇ ଦେଖିବାକୁ ମିଳିବ । କିଏ ଜିତିବ ଦିଲ୍ଲୀର ଦିଲ୍ ? ଏହି ପ୍ରତିଯୋଗିତା ମୂଳକ ନିର୍ବାଚନରେ ରାଜନୈତିକ ଦଳଗୁଡିକ ପରସ୍ପର ବିରୋଧୀ ଆଭିମୁଖ୍ୟ ଏବଂ ତୁ ତୁ ମେଁ ମେଁ ରଣନୀତି ଆପଣାଉଛନ୍ତି । ଗତ ୨୭ବର୍ଷ ହେଲା ଦିଲ୍ଲୀରେ ସରକାର ଗଠନ ପାଇଁ ବିଜେପି ସଂଘର୍ଷ କରୁଛି । ୧୯୯୮ ମସିହାରୁ ଦିଲ୍ଲୀରେ ଫୁଟି ନାହିଁ ପଦ୍ମ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ନେତୃତ୍ୱରେ ଦଳ ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ଦିଲ୍ଲୀରେ କଂଗ୍ରେସ ସରକାର ଗଠନ ହୋଇଥିଲା । ଦେଶର ସର୍ବ ପୁରାତନ ପାର୍ଟି ଦିଲ୍ଲୀରେ ପୁଣି ରାଜନୈତିକ କ୍ଷମତା ହାତେଇବାକୁ ଉଦ୍ୟମ ଜାରି ରଖିଛି । ଦିଲ୍ଲୀରେ ସତ୍ତାରୂଢ଼ ଆମ ଆଦମୀ ପାର୍ଟି ତମାମ ବିବାଦ ଓ ଚ୍ୟାଲେଞ୍ଜ ମଧ୍ୟରେ ୨୦୧୪ ପରଠୁ ଦିଲ୍ଲୀରେ ନିଜର ମଜଭୁତ ସ୍ଥିତି ଜାହିର କରିଛି । ଲଗାତାର ତୃତୀୟ ଥର କ୍ଷମତାକୁ ଫେରିବାକୁ ଚାହିଁ ବସିଥିବା ଆପ୍‌ ରାସ୍ତାରେ କଣ୍ଟା ସାଜିଛନ୍ତି ମୋଦୀ । ତୃତୀୟ ଥର ଲାଗି ସରକାରକୁ ଫେରିବାକୁ ଆପ୍‌ କସରତ ବି କରିଛି । ହେଲେ ମଦ ଦୁର୍ନୀତିଠୁ ଆରମ୍ଭ କରି ସ୍ବାସ୍ଥ୍ୟ ଦୁର୍ନୀତିରେ ଏମିତି ଛନ୍ଦି ହୋଇଛନ୍ତି ଯେ କେଜ୍ରିୱାଲ ଲୋକମାନେ ତାଙ୍କୁ ବିଶ୍ବାସ କରିବା କଷ୍ଟକର ହୋଇ ପଡୁଛି । ଏମିତି ସ୍ଥିତିରେ ସେ ମୋଦୀଙ୍କୁ ଟାର୍ଗେଟ୍‌ କରିବା ଲାଗି ଚେଷ୍ଟା କରୁଥିବା ବେଳେ ନିଜେ ବିଜେପିର ଟାର୍ଗେଟ୍‌ ହୋଇଯାଇଛନ୍ତି । ନିର୍ବାଚନ ରାଲିଲେ ଯୋଗ ଦେଇ ମୋଦୀ କହିଛନ୍ତି, ଆମେ ଏକ ଭାରତ ଶ୍ରେଷ୍ଠ ଭାରତ ଉପରେ ବିଶ୍ବାସ କରୁ । ଦିଲ୍ଲୀ ଏମିତି ଏକ ରାଜ୍ୟ ଯେଉଁଠାରେ ଦେଶର ପ୍ରତି ରାଜ୍ୟର ଲୋକ ରୁହନ୍ତି । ତେଣୁ ଏଠାରେ ବିକାଶ ହେବା ନିହାତି ଦରକାର । ଆପଣମାନେ ଚାହିଁଲେ ମୋର କ୍ଷମତା ବଢାଇବେ, ବିଜେପି ପ୍ରାର୍ଥୀଙ୍କୁ ଭୋଟ୍‌ ଦେବେ ।

Leave a Reply

Your email address will not be published. Required fields are marked *