ସାରା ଅଲ୍ଲି ଖାନଙ୍କୁ ଦେଖିବାକୁ ପ୍ରବଳ ଭିଡ଼

ରାଉରକେଲା ହକି ଷ୍ଟାଡିୟମରେ ଦଳାଚକଟା

ରାଉରକେଲା ହକି ଷ୍ଟାଡିୟମରେ ଦଳାଚକଟା । ସାରା ଅଲ୍ଲି ଖାନଙ୍କୁ ଦେଖିବାକୁ ପ୍ରବଳ ଭିଡ଼ । ରାଉରକେଲା ସହରରେ ହକି ପ୍ରୋ ମ୍ୟାଚର ଫାଇନାଲ୍ ମ୍ୟାଚରେ ଚାଲିଥିବା ବେଳେ ସାରା ଅଲି ଖାନଙ୍କ ଡାନ୍ସ ଦେଖିବାକୁ ରାଉରକେଲା ଅନ୍ତର୍ଜାତୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ଗେଟ ସମ୍ମୁଖରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । ଗେଟ ଭାଙ୍ଗି ଷ୍ଟାଡିୟମ ଭିତରୁ ପଶି ଗଲେ ଗଲେ କ୍ରୀଡା ପ୍ରେମୀ ଅଭିଯୋଗ ହୋଇଛି । ସେପଟେ ହକି ଷ୍ଟାଡିୟମ ସବୁ ଗେଟରେ ଲୋକଙ୍କ ଅସମ୍ଭାଳ ଭିଡ଼ରେ କିଛି ଲୋକଙ୍କ ଆହତ ହୋଇଥିବାର ସୂଚନା ଆସୁଛି । ସେପଟେ ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଲୋକଙ୍କୁ ବୁଝାସୁଝା କରୁଛି । ଅନ୍ୟପଟେ ଦାଇତ୍ୱରେ ଅଧିକାରୀଙ୍କ ଅବହେଳା ପାଇଁ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ଏବଂ କୌଣସି ପ୍ରକାରର ବ୍ୟବସ୍ଥା ଠିକ ନ ଥିବାରୁ ଏହିପରି ଅଭାନୀୟ ପରିସ୍ଥିତି ଉପୁଜିଲା ବୋଲି ସହରରେ ଚର୍ଚ୍ଚା ହୋଇଛି ।