ବାରବାଟୀରେ ଆଜିଠୁ ଅନ୍ ଲାଇନ୍ ଟିକେଟ ବିକ୍ରି ଆରମ୍ଭ

ବାରବାଟୀରେ ଆଜିଠୁ ଅନ୍ ଲାଇନ୍ ଟିକେଟ ବିକ୍ରି ଆରମ୍ଭ

ବାରବାଟୀରେ ଆଜିଠୁ ଅନ୍ ଲାଇନ୍ ଟିକେଟ ବିକ୍ରି ଆରମ୍ଭ । ଅପରାହ୍ନ ଚାରିଟାରୁ ଉପଲବ୍ଧ ହେବ ଅନଲାଇନ୍ ଟିକେଟ । ଅନଲାଇନ୍ ମୋଡରେ ବିକ୍ରି ହେବ ମୋଟ ୪ ହଜାର ଟିକେଟ । ଫେବୃଆରୀ ମାସ ୭,୮,୯ ତାରିଖରେ ଅନଲାଇନ୍ ବୁକ୍ କରିଥିବା ବ୍ୟକ୍ତି ମାନେ ଟିକେଟ ସଂଗ୍ରହ କରି ପାରିବେ । କଟକ କ୍ୟାମବ୍ରିଜ ସ୍କୁଲ ଓ ଭୁବନେଶ୍ଵର କିଟ୍ ବିଶ୍ଵବିଦ୍ୟାଳୟ ପରିସର କାଉଣ୍ଟରରୁ ସଂଗ୍ରହ କରିବେ ଅନଲାଇନ୍ ବୁକିଂର ହାର୍ଡ କପି । ୭-୮ ତାରିଖ ଦୁଇ ଦିନ ପୂର୍ବାହ୍ନ ୧୦ ଟା ରୁ ୪ ଟା ପର୍ଯ୍ୟନ୍ତ କାଉଣ୍ଟର ଖୋଲା ରହିବ । ୯ ତାରିଖ ଦିନ ସକାଳ ୭ ଟା ରୁ ୧୨ ଟା ପର୍ଯ୍ୟନ୍ତ ଖୋଲା ରହିବ କାଉଣ୍ଟର । ଏହି ଦୁଇଟି ସ୍ଥାନରେ ତିନିଟି ଲେଖାଏଁ କାଉଣ୍ଟର ରହିବ । ଫେବୃଆରୀ ୩ ଓ ୪ ତାରିଖରେ ଅନୁବନ୍ଧିତ ସଂଘ ଗୁଡ଼ିକୁ ଟିକେଟ ବିକ୍ରି କରାଯିବ । ଫେବୃଆରୀ ମାସ ୫ ଓ ୬ ତାରିଖ ଦୁଇ ଦିନ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି କରାଯିବ ।