ଜାଣନ୍ତୁ କ’ଣ ହେବ ଶସ୍ତା, କ’ଣ ହେବ ମହଙ୍ଗା ?
୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସଂସଦରେ ଆଗତ ହୋଇଛି ବଜେଟ। ଫୋକସରେ ମଧ୍ୟବିତ୍ତ, ମହିଳା ଓ ଯୁବବର୍ଗ। ସବୁ ବର୍ଗକୁ ଖୁସି କରିବା ସହ ମୁଦ୍ରାସ୍ଫିତିକୁ ନିୟନ୍ତ୍ରଣରେ ରଖିବା ପାଇଁ, ଚଳିତ ବଜେଟରେ ଅନେକ ସାମଗ୍ରୀ ଉପରୁ ଟିକସ ଛାଡ଼ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଯାହାଫଳରେ ବିଦ୍ୟୁତ ଚାଳିତ ଗାଡ଼ି, ଟିଭି ଭଳି ସାମଗ୍ରୀ ଶସ୍ତା ହେବ। ତେବେ ଆଉ କିଛି ଜିନିଷ ଉପରେ ଅଧିକ ଟିକସ ଲାଗୁ ଯୋଗୁଁ, ମହଙ୍ଗା ହେବ?
କଣ ହେବ ଶସ୍ତା, କଣ ହେବ ମହଙ୍ଗା ?
ଶସ୍ତା ହେବ-ଇ-କାର, ଟିଭି, କପଡା, ବେଲ୍ଟ, ଜୋତା, ପର୍ସ, ମୋବାଇଲ, ବ୍ୟାଟ୍ଟେରୀ ଓ ଅନ୍ୟ ବୈଦ୍ୟୁତିକ ଉପକରଣ
ମହଙ୍ଗା ହେବ- ପ୍ଲାଷ୍ଟିକ ସାମଗ୍ରୀ, ଟିଭି ଡିସପ୍ଲେ ଓ ବୁଣା କପଡା
ଚଳିତ ବଜେଟରେ କେନ୍ଦ୍ର ସରକାର କେତେକ ମେଡ଼ିସିନରେ ରିହାତି ଘୋଷଣା କରିଛନ୍ତି। କର୍କଟ ସମେତ ଅନ୍ୟ ଗୁରୁତର ରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ୩୬ ପ୍ରକାର ଔଷଧ ଉପରେ କଷ୍ଟମ ଡ୍ୟୁଟି ଛାଡ଼ କରିଛନ୍ତି। ଫଳରେ ଏହି ଜୀବନ ରକ୍ଷାକାରୀ ଔଷଧ ଶସ୍ତା ହେବାକୁ ଯାଉଛି, ଯାହାଦ୍ବାରା ଉପକୃତ ହେବାକୁ ଯାଉଛନ୍ତି ଦେଶର କୋଟି କୋଟି କ୍ୟାନ୍ସର ରୋଗୀ।
