କମିଲା ଏଲପିଜି ସିଲିଣ୍ଡର ଦର

କମିଲା କମର୍ସିଆଲ୍‌ ଏଲପିଜି ସିଲିଣ୍ଡର ଦର

ଗ୍ରାହକଙ୍କୁ ମିଳିଲା ବଡ଼ ଖୁସି ଖବର । ବଜେଟ ପୂର୍ବରୁ କମିଲା କମର୍ସିଆଲ୍‌ ଏଲପିଜି ସିଲିଣ୍ଡର ଦର । ଇଣ୍ଡିଆନ ଅଏଲ କର୍ପୋରେସନ ୱେବସାଇଟ ଅନୁଯାୟୀ, ୧୯ କେଜି କମର୍ସିଆଲ୍‌ ଏଲପିଜି ସିଲିଣ୍ଡର ଦାମ୍‌ ୭ ଟଙ୍କା କମିଛି। ଆଜି ସକାଳ ୬ଟାରୁ ନୂଆ ଦର ଲାଗୁ ହୋଇଛି । ଅଏଲ୍‌ ମାର୍କେଟିଂ କମ୍ପାନୀ ଗୁଡ଼ିକ ଆଜିଠୁ ଏହି ଦର ହ୍ରାସ ନେଇ ଘୋଷଣା କରିଛନ୍ତି। ଦାମ୍‌ ହ୍ରାସ ପରେ ରାଜଧାନୀ ଦିଲ୍ଲୀରେ ୧୯ କେଜି କମର୍ସିଆଲ୍‌ ଏଲପିଜି ସିଲିଣ୍ଡର ଦାମ୍‌ ଏବେ ୧୭୯୭ ଟଙ୍କା ହୋଇଛି। ଏହାପୂର୍ବରୁ ସିଲିଣ୍ଡର ପିଛା ୧୮୦୪ଟଙ୍କା ଥିଲା। ନୂଆ ଦର ଲାଗୁ ହେବାପରେ କୋଲକାତାରେ କମର୍ସିଆଲ ସିଲିଣ୍ଡର ପିଛା ୧୯୦୭ ଟଙ୍କା, ମୁମ୍ବାଇରେ ୧୭,୪୯ଟଙ୍କା ୫୦ ପଇସା ଓ ଚେନ୍ନାଇରେ ୧୯୫୯ ଟଙ୍କା ୫୦ ପଇସା ହୋଇଛି।