ମହାପ୍ରଭୁଙ୍କ ଜମିରେ ଲାଗିଲା ଶ୍ରୀମନ୍ଦିର ପ୍ରଶାସନର ସୂଚନା ଫଳକ
ମହାପ୍ରଭୁଙ୍କ ଜମିରେ ଲାଗିଲା ଶ୍ରୀମନ୍ଦିର ପ୍ରଶାସନର ସୂଚନା ଫଳକ । ପୁରୀ ବସ୍ଷ୍ଟାଣ୍ଡ ନିକଟ ନେବକଡାଶ ମଠ ଜମି ଜବରଦଖଲ ପ୍ରସଙ୍ଗରେ ପଦକ୍ଷେପ ନିଆଯାଇଛି । ଶ୍ରୀମନ୍ଦିର ଜମି ନିଜସ୍ୱ ଭୂସମ୍ପତ୍ତି ବୋଲି ସ୍ପଷ୍ଟ କଲା ଶ୍ରୀମନ୍ଦିର ପ୍ରଶାସନ । ଅନଧିକାର ପ୍ରବେଶ ଦଣ୍ଡନୀୟ ଅପରାଧ ବୋଲି ଫଳକରେ ଉଲ୍ଲେଖ କରାଯାଇଛି । ଶ୍ରୀଜଗନ୍ନାଥଙ୍କ ଜମିଙ୍କୁ ଜବରଦଖଲ କରିଥିଲେ କିଛି ଦୁର୍ବୃତ୍ତ । ପରେ ଏଥିରେ ତାର ବାଡ଼ ଗୁଡାଇ ଫଳକ ମାରିଥିଲେ ଶ୍ରୀମନ୍ଦିର ପ୍ରଶାସନ। ଆଉ ଏଠାରେ ସୁରକ୍ଷାକର୍ମୀଙ୍କୁ ଜଗାଇଥିଲେ । ହେଲେ ଏବେ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା ଦେଖାଦେଇଛି । ଗୁଣ୍ଡିଚା ମନ୍ଦିର ନିକଟ ତାଳବଣିଆ ମୌଜା ଖାତା ନମ୍ବର୍ ୭୯୧ର ୬ଟି ପ୍ଲଟର ପ୍ରାୟ ୫୦ ଡେସିମିଲି ଜାଗାକୁ ତାର ବାଡ଼ ବୁଲାଇ ଜବରଦଖଲ କରାଯାଇଥିଲା । କୁମ୍ଭାରପଡ଼ା ଥାନାରେ ଏହା ବିରୋଧରେ ଏତଲା ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ।ମହାପ୍ରଭୁ ଜଗନ୍ନାଥଙ୍କ ଜମି ଜବରଦଖଲ ଘଟଣାରେ ଜବରଦଖଲକାରୀଙ୍କୁ ଝଟକା ଲାଗିଥିଲା । କାରଣ ଜବରଦଖଲ ହୋଇଥିବା ଜମି ଉପରେ ଫଳକ ମାରିଥିଲା ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ନିଜସ୍ଵ ଭୂସମ୍ପତ୍ତି ବୋଲି ଫଳକ ଲଗାଇ ସ୍ପଷ୍ଟ କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ଅନଧିକାର ପ୍ରବେଶ ଆଇନ୍ ଅନୁଯାୟୀ ଦଣ୍ଡନୀୟ ଅପରାଧ ବୋଲି ସୂଚନା ଫଳକରେ ଉଲ୍ଲେଖ କରାଯାଇଛି ।
