ଆଉ ହେବନି ମାନୁଆଲ ଫିଟନେସ୍ ପରୀକ୍ଷା

ଏଣିକି ଗାଡ଼ି ଫିଟନେସ ଯାଞ୍ଚ କରିବ ଏଟିଏସ

ଏଣିକି ଗାଡ଼ି ଫିଟନେସ ଯାଞ୍ଚ କରିବ ଏଟିଏସ। ଆଉ ହେବନି ମାନୁଆଲ ଫିଟନେସ୍ ପରୀକ୍ଷା । ଏଭଳି ଏକ ପଦକ୍ଷେପ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଛି। ଆଜିଠାରୁ କଟକ ଆରଟିଓରେ ଗାଡ଼ି ଫିଟନେସ ଯାଞ୍ଚ ପାଇଁ ଏଟିଏସ ବ୍ୟବସ୍ଥା କାର୍ୟ୍ୟକ୍ଷମ ହୋଇଥିବାବେଳେ ଖୁବ ଶୀଘ୍ର ରାଜ୍ୟର ୨୧ଟି ଆରଟିଓରେ ଏଟିଏସ ସ୍ଥାପନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରୀୟ ମୋଟର ଯାନ ନିୟମ ଅନୁଯାୟୀ ଗାଡ଼ିର ଫିଟନେସ ପରୀକ୍ଷା ପାଇଁ ଏଟିଏସ ବ୍ୟବସ୍ଥା କାର୍ୟ୍ୟକାରୀ କରାଯାଇଛି। ଏହି ବ୍ୟବସ୍ଥା ସଡ଼କ ସୁରକ୍ଷା କ୍ଷେତ୍ରରେ ଯାନର ସ୍ଥିତି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ରାସ୍ତାରେ ଗାଡ଼ି ଚାଲିବା ପାଇଁ ଗାଡ଼ିର ସ୍ଥିତି କିଭଳି ଥିବା ଦରକାର। ସେଥିପାଇଁ ମୋଟର ଯାନ ନିୟମାବଳୀ ରହିଛି। ତେବେ ପୂର୍ବରୁ ଫିଟନେସ ସାର୍ଟିଫିକେଟ ତଥା ଗାଡ଼ିର ପଞ୍ଜୀକରଣ ନବୀକରଣ ମନୁଷ୍ୟ ମୂଲ୍ୟାୟନ ଆଧାରରେ ହେଉଥିଲା। ଏହି ପରୀକ୍ଷଣ ବ୍ୟବସ୍ଥାକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବାକୁ ଫିଟନେସ ପରୀକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।