ଲୋକସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ

୨୦୨୬ରେ ଜିଡିପି ଅଭିବୃଦ୍ଧି ୬.୩%ରୁ ୬.୮% ଆକଳନ

ଲୋକସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ । ୨୦୨୪-୨୫ର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୨୦୨୬ରେ ଜିଡିପି ଅଭିବୃଦ୍ଧି ୬.୩%ରୁ ୬.୮% ମଧ୍ୟରେ ରହିବା ଆକଳନ । ଯାହା ଗତ ୪ ବର୍ଷରେ ସବୁଠୁ କମ୍ ଅଭିବୃଦ୍ଧି ହାର । ୨୦୨୪ ଜୁଲାଇ ୨୨ରେ ହୋଇଥିବା ଆର୍ଥିକ ସର୍ଭେରେ କୁହାଯାଇଥିଲା ଦେଶର ଅଭିବୃଦ୍ଧି ହାର ୬.୫ ପ୍ରତିଶତରୁ ୭ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଇଥିଲା । ଆର୍ଥିକ ସର୍ଭେ ରିପୋର୍ଟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ପାଇଁ ରୋଜଗାର ଉପରେ ପଡ଼ୁଥିବା ପ୍ରଭାବକୁ ନେଇ ଚେତାଇ ଦିଆଯାଇଛି । ସେହିପରି ୨୦୨୪-୨୫ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହ୍ରାସ କାରଣ ଉଲ୍କେଖ ରହିଛି । ଅର୍ଥନୈତିକଙ୍କ ସର୍ଭେ ଅନୁଯାୟୀ, ବାହ୍ୟ ଚ୍ୟାଲେଞ୍ଜ ପାଇଁ ଦେଶ ଅଭିବୃଦ୍ଧି କମିଛି । ସେହିପରି ସର୍ଭେରେ ଚୀନର ମାନ୍ୟୁଫେକ୍ଚର ସେକ୍ଟର ଉପରେ ନିର୍ଭରତାକୁ ନେଉ ଚିନ୍ତା ବ୍ୟକ୍ତି କରାଯାଇଛି ।