ରାଜଧାନୀରୁ ଝୁଲନ୍ତା ମୃତଦେହ ଉଦ୍ଧାର

ରାଜଧାନୀରୁ ଝୁଲନ୍ତା ମୃତଦେହ ଉଦ୍ଧାର । ଭୁବନେଶ୍ୱର ପଞ୍ଜାବୀ କଲୋନୀରୁ ୨ ମୃତଦେହ ଉଦ୍ଧାର ହୋଇଛି । ଗୋଟେ ଘରୁ ୨ଟି ମୃତଦେହ ଉଦ୍ଧାର କରିଛି ପୋଲିସ । ମୋ ପିଠା ନାମକ ସଂସ୍ଥାରେ କାମ କରୁଥିଲେ ୨ ଯୁବକ । ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌, ଖାରବେଳ ପୋଲିସ ତଦନ୍ତ କରୁଛି । ସେପଟେ ଅଟଳା ଅଞ୍ଚଳରେ ଥିବା ଏକ ଗ୍ୟାସ ଦୋକାନ ପାଖରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ହତ୍ୟା ସନ୍ଦେହରେ ପାହାଳ ପୁଲିସ ତଦନ୍ତ କରୁଛି । ଯୁବକଙ୍କ ବେକରେ ଗାମୁଛା ଲାଗିଥିବା ଦେଖିବାକୁ ମିଳିଛି ଓ ମୃତଦେହକୁ ତଳକୁ ଓହ୍ଲାଇ ତଦନ୍ତ କରୁଛି ପୋଲିସ । କେହି ମାରି ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଯୁବକଙ୍କ ପରିଚୟ ମିଳିନଥିବା ବେଳେ ପୁଲିସ ପରିଚୟ ଖୋଜିବା ଆରମ୍ଭ କରିଛି ଓ ବ୍ୟକ୍ତି ଜଣଙ୍କ କିଏ, କେଉଁଠୁ ଆସିଲେ, କେମିତି ରାଜଧାନୀରୁ ଝୁଲନ୍ତା ମୃତଦେହ ଉଦ୍ଧାରଝୁଲିଲେ ସେନେଇ ସ୍ଥାନୀୟ ଅଞ୍ଚଳରେ ଚଞ୍ଚଲ୍ୟ ସୃଷ୍ଟି ହୋଇଛି ।