୧୨ ହଜାର ସରକାରୀ ଚାକିରିଆ ଫେରାଇଲେଣି ରାସନ କାର୍ଡ

୧୨ ହଜାର ସରକାରୀ ଚାକିରିଆ ଫେରାଇଲେଣି ରାସନ କାର୍ଡ

୧୨ ହଜାର ସରକାରୀ ଚାକିରିଆ ଫେରାଇଲେଣି ରାସନ କାର୍ଡ । ମନ୍ତ୍ରୀଙ୍କ ଚେତାବନୀ ପରେ ରାସନ୍‌ କାର୍ଡ ଫେରାଉଛନ୍ତି ସରକାରୀ ଚାକିରିଆ। ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସରକାରୀ ଚାକିରିଆଙ୍କୁ କାର୍ଡ ଫେରାଇବା ପାଇଁ ଆସନ୍ତାକାଲି ଡେଡ୍‌ଲାଲଇନ୍ ରହିଛି। ହାତରେ ଆଉ ଦୁଇ ଦିନ ଥିବାରୁ ଅନ୍ୟମାନେ ତୁରନ୍ତ ଫେରାଇବାକୁ ମନ୍ତ୍ରୀ କହିଛନ୍ତି। ଯେଉଁମାନେ କାର୍ଡ ସରେଣ୍ଡର କରିବେ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ। ଅବଧି ଶେଷ ହେବା ପରେ ଧରାପଡିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେପଟେ ଆସନ୍ତାକାଲି ସରୁଛି ଇ-କେୱାଇସି ଅପଡେଟ୍‌ କରିବାର ସମୟ ଅବଧି। କାଲି ସୁଦ୍ଧା ଇ-କେୱାଇସି ଅପଡେଟ୍‌ ନକଲେ ରାସନକାର୍ଡରୁ ବାଦ ପଡ଼ିବେ ଯୋଗ୍ୟ ହିତାଧିକାରୀ। ଆଉ ମିଳିବନି ରାସନ ସାମଗ୍ରୀ। ରାଜ୍ୟରେ ରହିଛନ୍ତି ମୋଟ୍ ୩ କୋଟି ୩୫ ଲକ୍ଷ ୫୭୦ ଜଣ ହିତାଧିକାରୀ। ଏମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୮୮ ପ୍ରତିଶତ ଲୋକ ଇ-କେୱାଇସି କରିସାରିଲେଣି। ଆସନ୍ତାକାଲି ଇ-କେୱାଇସି ଯାଞ୍ଚ ଅବଧି ଶେଷ ହେଉଛି। ଗତକାଲି ଗୋଟିଏ ଦିନରେ ୩୪ ହଜାର ୬୯୯ ଜଣଙ୍କ ହୋଇଛି ଇ-କେୱାଇସି ଅପ୍‌ଡେଟ୍ ହୋଇଛି। ୨୯ ତାରିଖ ସୁଦ୍ଧା ୨ କୋଟି ୯୬ ଲକ୍ଷ ୯୭ ହଜାର ୩୩୨ ଜଣ କରିଛନ୍ତି ଇ-କେୱାଇସି ଅପ୍‌ଡେଟ୍ । ରାଜ୍ୟରେ ରହୁଥିବା ୨ କୋଟି ୯୫ ଲକ୍ଷ ୬୪ ହଜାର ୯୫୪ ଜଣ ଇ-କେୱାଇସି ଅପ୍‌ଡେଟ୍ କରିଛନ୍ତି । ରାଜ୍ୟ ବାହାରେ ରହୁଥିବା ୧ ଲକ୍ଷ ୩୨ ହଜାର ୩୭୮ ଜଣ କରିଛନ୍ତି ଇ-କେୱାଇସି ଅପ୍‌ଡେଟ୍ । ୨୯ ତାରିଖ ସୁଦ୍ଧା ମୋଟ୍ ୩୮ ଲକ୍ଷ ୩ ହଜାର ୨୩୮ ଜଣ ଇ-କେୱାଇସି ଅପ୍‌ଡେଟ୍ କରିନାହାନ୍ତି ।