ଫେବ୍ରୁଆରୀରେ ନୂଆ ବିଜେପି ରାଜ୍ୟ ସଭାପତି
ଫେବ୍ରୁଆରୀରେ ଘୋଷଣା ହେବ ବିଜେପି ରାଜ୍ୟ ସଭାପତି । କିଏ ହେବ ରାଜ୍ୟ ବିଜେପିର ନୂଆ ସଭାପତି । ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ମନମୋହନ ସାମିଲ ରିପିଟ ହେବେ ନାଁ ନୂଆ ଚେହେରା ଧରିବେ ରାଜ୍ୟ ବିଜେପିର ମଙ୍ଗ । ଏହାକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାରି ଭିତରେ ବଡ଼ ପ୍ରତିକ୍ରିୟା ଦେଇଛନ୍ତି ବିଜେପି ରାଜ୍ୟ ନିର୍ବାଚନ ସହପ୍ରଭାରୀ ଲତା ଉସେଣ୍ଡି । ଫେବ୍ରୁଆରୀ ପ୍ରଥମ ସପ୍ତାହରେ ହେବ ରାଜ୍ୟ ବିଜେପି ସଭାପତି ନାଁ ଘୋଷଣା ହେବ ବୋଲି କହିଛନ୍ତି ଲତା ଉସେଣ୍ଡି । ରାଜ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶା ଆସି ଆଲୋଚନା କରିଛନ୍ତି । ପୁଣି ରାଜ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶା ଆସିବେ । ଖୁବ ଶୀଘ୍ର ବାକି ୧୪ ଜିଲ୍ଲାର ସଭାପତି ନାଁ ଘୋଷଣା ହେବ ବୋଲି ସୂଚନା ଦେଇଛନ୍ତି କନ୍ଧମାଳ ସାଂସଦ ତଥା ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ସୁକାନ୍ତ ପାଣିଗ୍ରାହୀ ।
