ବ୍ୟାପୁଛି ନୂଆ ରୋଗ GBS

GBS ରୋଗରେ କୋଲକାତାରେ ୩ ଜଣଙ୍କ ମୃତ୍ୟୁ ସନ୍ଦେହ

GBS ରୋଗରେ କୋଲକାତାରେ ୩ ଜଣଙ୍କର ମୃତ୍ୟୁ ସନ୍ଦେହ । ଉତ୍ତର ୨୪- ପ୍ରଗଣାର ଜଣେ ୧୦ ବର୍ଷର ବାଳକର କୋଲକାତାର ଡକ୍ଟର ବିସି ରୟ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଡିଆଟ୍ରିକ ସାଇନସେସରେ ମୃତ୍ୟୁ ଘଟିଛି । ଏହି ନୂଆ GBS ରୋଗର ସମସ୍ତ ଲକ୍ଷଣ ଏହି ବାଳକ ପାଖରେ ଥିଲା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି । ସପ୍ତାହେ ହେଲା ସେ ଭେଣ୍ଟିଲେଟରରେ ଥିଲେ । ଅନ୍ୟ ଜଣେ ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ହୋଇଛି । ତାଙ୍କ ଘର ମଧ୍ୟ ସେହି ଉତ୍ତର ୨୪- ପ୍ରଗଣାରେ । ସେ ଏନଆରଏସ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବୁଧବାର ଦିନ ହୁଗଲିର ଦକ୍ଷିଣକାଳୀ ଅଞ୍ଚଳରେ ଜଣେ ରୋଗୀ ସ୍ଥାନୀୟ ଡାକ୍ତରଙ୍କ ପାଖକୁ ଯାଇଥିଲେ । ଏହି ଲକ୍ଷଣ ଦେଖି ସେ ତାଙ୍କୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ଯିବାକୁ ପରାମର୍ଶ ଦେଇଥିଲେ । ଏହି ୪୮ ବର୍ଷୀୟ ରୋଗୀଙ୍କର ମଧ୍ୟ ମୃତ୍ୟୁ ହୋଇଛି । ସେ ଗତ ୪ ଦିନ ଧରି ଝାଡାବାନ୍ତିରେ ଆକ୍ରାନ୍ତ ଥିଲେ ଓ ତାଙ୍କ ଗୋଡ ପାରାଲିସିସ ହୋଇଯାଇଥିଲା । ପୁଣେର ଜଣେ ୪୧ ବର୍ଷୀୟ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କର ସୋଲାପୁରରେ ଏହି ନୂଆ ରୋଗରେ ଗତ ମଙ୍ଗଳବାର ଦିନ ମୃତ୍ୟୁ ଘଟିଥିବା ଜଣାପଡିଥିଲା । ଏହା ଥିଲା ଭାରତରେ ଏହି ନୂଆ GBS ( ଗୁଇଲାନ ବାର୍ ସିଣ୍ଡ୍ରୋମ) ରୋଗରେ ପ୍ରଥମ ମୃତ୍ୟୁ । ଗତ ମଙ୍ଗଳବାର ଦିନ ପୁଣେର ସାସୁନ୍ ଜେନେରାଲ୍ ହସ୍ପିଟାଲରେ ଜଣେ ୫୬ ବର୍ଷୀୟା ମହିଳାଙ୍କର ମୃତ୍ୟୁ ଘଟିଛି ।