୨୦୩୬ ସୁଦ୍ଧା ଓଡ଼ିଶା ସମୃଦ୍ଧି ପଥରେ ଆଗକୁ ବଢିବ

ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଦେଶର ଡ୍ରାଇଭିଂ ଇଞ୍ଜିନ

ଆରମ୍ଭ ହୋଇଛି ଉତ୍କର୍ଷ ଓଡିଶା କନକ୍ଲେଭ। ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ଆମ ପାଇଁ ଗର୍ବ ଓ ଗୌରବର ଦିନ । ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଉତ୍କର୍ଷ ଓଡ଼ିଶାର ଶୁଭାରମ୍ଭ ହେଉଛି । ୭ ମାସ ମଧ୍ୟରେ ୫ ଥର ଓଡ଼ିଶା ଗସ୍ତ କରିଛନ୍ତି । ଏହା ହିଁ ପ୍ରଧାନମନ୍ତ୍ରୀଙ୍କର ଓଡ଼ିଶା ପ୍ରତି ଆପଣଙ୍କ ଭଲ ପାଇବା । ସବୁ ଗସ୍ତରେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ କିଛି ନା କିଛି ଉପହାର ଆଣି ଆସିଥାନ୍ତି । ଆଜି ତ ଆମ ପାଇଁ ବିଶେଷ ମୁହୂର୍ତ୍ତ । ଆଜି ଯେଉଁ ଉପହାର ଆଣି କି ଆସିଛନ୍ତି ତାହା ଆମ ରାଜ୍ୟର ଓଡ଼ିଶାର ଦିଶା ବଦଳାଇ ଦେବ । ପୂର୍ବଦୋୟ ଢାଞ୍ଚାର ଆଜି ଶୁଭାରମ୍ଭ ହେବାକୁ ଯାଉଛି । ସେଥିପାଇଁ ଆମେ ପ୍ରଧାନମନ୍ତ୍ରୀଙ୍କ ନିକଟରେ କୃତଜ୍ଞ ।

ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ପୁଞ୍ଜି ନିବେଶକାରୀଙ୍କ ମନୋବଳ ବଢାଇବ । ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଦେଶର ଡ୍ରାଇଭିଂ ଇଞ୍ଜିନ । ଗତ ସପ୍ତାହରେ ସିଙ୍ଗାପୁର ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସିଥିଲେ । ସିଙ୍ଗାପୁର ସହ ୮ ଟି ଏମୟୁ ସ୍ବାକ୍ଷର କରିବା ଆମ ପାଇଁ ବହୁତ ବଡ଼ କଥା । ସମସ୍ତ ଶିଳ୍ପପତିଙ୍କ ପାଇଁ ଓଡ଼ିଶାର ଦ୍ୱାର ସବୁବେଳେ ଖୋଲା ରହିଛି । ସମସ୍ତେ ଆସନ୍ତୁ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରନ୍ତୁ । ମାଲକାନଗିରି, ରାୟଗଡା, କେନ୍ଦୁଝର ଫୁଡ଼ ପ୍ରୋସେସିଂ ପାଇଁ ସମ୍ଭାବନା ରହିଛି । କେମିକାଲ, ଓ ପେଟ୍ରୋ କେମିକାଲ, ଫାର୍ମା ଶିଳ୍ପ ଉପରେ ଆମର ନଜର ରହିଛି । ସ୍କିଲଡ଼ି ଇନ ଓଡ଼ିଶା ଭଳି ପଦକ୍ଷେପ ଆମେ ନେଇଛୁ । ମୁଁ ସମସ୍ତ ଙ୍କୁ ସ୍ୱାଗତ କରୁଛି ସମସ୍ତେ ଆସନ୍ତୁ ଓଡ଼ିଶାରେ ପୁଞ୍ଜି ନିବେଶ କରନ୍ତୁ । ଏହା ପ୍ରକୃଷ୍ଠ ସମୟ। ଆପଣଙ୍କୁ ଓଡ଼ିଶା ସ୍ୱାଗତ କରୁଛି ।