ମନୋଜଙ୍କୁ ଏସଜେଟିଏର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ

ମନୋଜ ଆହୁଜାଙ୍କୁ ବଡ଼ ଦାୟିତ୍ବ

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ବଡ଼ ଦାୟିତ୍ବ। ଏସଜେଟିଏର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି। ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଥିଲେ । ୨୦୨୪ ଅଗଷ୍ଟ ୧୩ ତାରିଖରୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଥିଲେ । ତାଙ୍କୁ ସରକାର ଏବେ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଉଛନ୍ତି । ଗତ ବର୍ଷ ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ମନୋଜ ଆହୁଜାଙ୍କୁ ସିଏସ ଭାବେ ଦାୟିତ୍ୱ ମିଳିଥିଲା । ଆଉ ଅଗଷ୍ଟ ମାସରେ ତାଙ୍କୁ ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇଥିଲା । ଏହାପରେ ଡିସେମ୍ବର ମାସରେ ତାଙ୍କ କାର୍ଯ୍ୟକାଳକୁ ବର୍ଷେ ଯାଏଁ ବଢାଇଦିଆଯାଇଥିଲା ।