ବଜେଟ ପୂର୍ବରୁ ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି

ଏପ୍ରିଲ ୧ରୁ ଲାଗୁ ହେବ ନୂଆ ପେନସନ୍ ସ୍କିମ

ବଜେଟ ପୂର୍ବରୁ ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି। ଏପ୍ରିଲ ପହିଲାରୁ ଲାଗୁ ହେବ ନୂଆ ପେନସନ୍ ସ୍କିମ। କେନ୍ଦ୍ର କର୍ମଚାରୀଙ୍କ ପାଇଁ ଅଫିସିଆଲ ଭାବେ ୟୁନିଫାଏଡ ପେନସନ ସ୍କିମ ବା UPSକୁ ନେଇ ନୋଟିଫିକେସନ ଜାରି କରାଯାଇଛି । ଏଥିସହିତ ଏଥର ନୂଆ ପେନସନ ସ୍କିମକୁ କେଉଁ ତାରିଖରେ ଲାଗୁ କରାଯିବ ତାହା ମଧ୍ୟ ଘୋଷଣା କରାଯାଇଛି । ଏପ୍ରିଲ ୧ରେ UPS ଲାଗୁ ହେବ ବୋଲି କୁହାଯାଇଛି ।UPSକୁ ନେଇ ସରକାରଙ୍କ ତରଫରୁ ଗେଜେଟ ନୋଟିଫିକେସନ ଜାରି କରାଯାଇଛି । ପୁରୁଣା ପେନସନ ସ୍କିମ (OPS) ଓ ଜାତୀୟ ପେନସନ ସ୍କିମ ((NPS) ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ଗତବର୍ଷ ଅଗଷ୍ଟରେ UPSକୁ ଲଞ୍ଚ କରିଥିଲେ । ସରକାରୀ କମର୍ଚାରୀଙ୍କୁ ଅବସର ପରେ ଗ୍ୟାରେଣ୍ଟେଡ ପେନସନ ପ୍ରଦାନ କରିଥାଏ UPS । ଏହା କର୍ମଚାରୀଙ୍କୁ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବାରେ ସହାୟକ ହୋଇଥାଏ । ପିଟିଆଇ ମୁତାବକ, NPS ଅଧୀନରେ କଭର ହେବାକୁ ଥିବା କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏହି UPSକୁ ଚଳିତ ବର୍ଷ ଜାନୁଆରୀ ୨୫ରେ ନୋଟିଫାଏ କରାଯାଇଛି ।ଯେଉଁ କର୍ମଚାରୀମାନେ NPS ଅଧୀନରେ ଆସିଥାନ୍ତି ଓ ଏହା ଅଧୀନରେ UPSର ଅପ୍ସନକୁ ବାଛିଥାନ୍ତି, ସେହି ସମସ୍ତ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ UPS ଲାଗୁ ହୋଇଥାଏ । ଗେଜେଟ ନୋଟିଫିକେସନ ମୁତାବକ, କେନ୍ଦ୍ର କର୍ମଚାରୀ NPS ଅଧୀନରେ UPS ବିକଳ୍ପ ନେବାକୁ ବାଛି ପାରନ୍ତି ବା UPS ବିକଳ୍ପ ବିନା NPS ଜାରି ରଖିପାରନ୍ତି । UPS ଚୟନ କରୁଥିବା ଲୋକମାନେ ଅନ୍ୟ ପଲିସୀ ରିହାତି, ପଲିସୀ ଚେଞ୍ଜ, ଫାଇନାନ୍ସିଆଲ ବେନିଫିଟର ହକଦାର ହେବେ ନାହିଁ ବୋଲି ସରକାରୀ ନୋଟିଫିକେସନରେ ସ୍ପଷ୍ଟ କରାଯାଇଛି ।