ପଶ୍ଚିମବଙ୍ଗ ହାଓ୍ବଡାରେ ଟ୍ରେନ ଦୁର୍ଘଟଣା

ଦୁଇ ଟ୍ରେନ ମୁହାଁମୁହିଁ ଧକ୍କା

ପୁଣି ଟ୍ରେନ ଦୁର୍ଘଟଣା। ଦୁଇ ଟ୍ରେନ ମୁହାଁମୁହିଁ ଧକ୍କା। ପଶ୍ଚିମବଙ୍ଗ ହାଓ୍ବଡାରେ ଦୁଇଟି ଟ୍ରେନ୍ ପରସ୍ପର ମଧ୍ୟରେ ଧକ୍କା ହୋଇଛନ୍ତି । ହାୱଡାର ସନ୍ତରାଗାଛି ଏବଂ ଶାଲୀମାର ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଫଳରେ ୩ଟି ବଗି ଲାଇନଚ୍ୟୁତ ହୋଇଛି । ଯାହ ଦ୍ବାରା ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଖବର ମୁତାବକ, ସନ୍ତରାଗାଛି ତିରୁପତି ଏକ୍ସପ୍ରେସ ସନ୍ତରାଗାଛିରୁ ଶାଲୀମାର ଯାଉଥିବା ବେଳେ ସାଇଡ ଲାଇନରେ ଗୋଟିଏ ଇଂଜିନି ଦୁଇଟି ବଗିକୁ ଟାଣୁଥିଲା । ଫଳରେ ଦୁଇଟି ଯାକ ଟ୍ରେକ ସାମ୍ନାସାମ୍ନି ହୋଇଥିଲେ । ଏହି କାରଣରୁ ୩ଟି ବଗି ଲାଇନଚ୍ୟୁତ ହୋଇଥିଲା ।ତେବେ ତିରୁପତି ଏକ୍ସପ୍ରେସର ଦୁଇଟି ବଗି ଏବଂ ଅନ୍ୟ ଏକ ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ରେଳ ଅଧିକାରୀ ପହଞ୍ଚି ଲାଇନଚ୍ୟୁତ ହୋଇଥିବା ବଗିକୁ ହଟାଇବା କାମ ଆରମ୍ଭ ହୋଇଛି । ତେବେ ଏହି ଦୁର୍ଘଟଣାରେ କୌଣସି ମୃତାହତ ହୋଇଛିକି ନାହଁ ଏବେ ସୁଦ୍ଧା ଜଣା ପଡିନାହିଁ । ରେଳ ଅଧିକାରୀ ମାମଲାର ଯାଞ୍ଚ କରୁଛନ୍ତି ।