ବିଶ୍ଵ ଦେଖିଲା ଭାରତର ଶକ୍ତି
କର୍ତ୍ତବ୍ୟପଥରେ ଉଡିଲା ତ୍ରିରଙ୍ଗା। କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି । ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋବ ସୁବିୟାଣ୍ଟୋ । ଅଭିବାଦନ ଗ୍ରହଣ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଉପସ୍ଥିତ । କର୍ତ୍ତବ୍ୟପଥରେ ବୀରତ୍ୱ ପ୍ରଦର୍ଶନ କରିଛନ୍ତି ଭାରତୀୟ ସେନା । ବିଶ୍ୱ ଦେଖିଲା ଭାରତର ଶକ୍ତି ।

ଭାରତର ଐତିହ୍ୟ ସଂସ୍କୃତି ସହ ସେନାର ପରାକ୍ରମ କର୍ତ୍ତବ୍ୟପଥରେ ପ୍ରଦର୍ଶିତ ହୋଇଛି । ପତାକା ଉତ୍ତୋଳନ ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ଏବଂ ୨୧ ତୋପ ସଲାମୀ ଦିଆଯାଇଥିଲା। ତାଙ୍କ ସହିତ ମୁଖ୍ୟ ଅତିଥି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋବୋ ସୁବିଆଣ୍ଟୋ ମଧ୍ୟ ଉପସ୍ଥିତ ଥିଲେ। ଏହି ପରେଡରେ ବ୍ରହ୍ମୋସ କ୍ଷେପଣାସ୍ତ୍ର, ପିନାକା ମଲ୍ଟି-ଲଞ୍ଚର ରକେଟ୍ ସିଷ୍ଟମ, ଅଗ୍ନିବାଣ, ୧୨୨ ଏମଏମ ମଲ୍ଟିପଲ୍ ବ୍ୟାରେଲ୍ ରକେଟ୍ ଲଞ୍ଚର, ଆକାଶ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ପ୍ରଦର୍ଶିତ ହୋଇଥିଲା । ସେହିପରି ପ୍ରଥମ ଥର ପାଇଁ ପ୍ରଳୟ କ୍ଷେପଣାସ୍ତ୍ର ବି ପ୍ରଦର୍ଶିତ ହୋଇଥିଲା ।

ଏହାର ଲକ୍ଷ୍ୟଭେଦ କ୍ଷମତା ୪୦୦ କିଲୋମିଟରରୁ ଅଧିକ। ସେହିପରି ନୌସେନାର ସ୍ୱଦେଶୀ ଯୁଦ୍ଧଜାହାଜ ଡିଜାଇନ୍ ପ୍ରଦର୍ଶିତ ହୋଇଥିବାବେଳେ କର୍ତ୍ତବ୍ୟ ପଥରେ ପରେଡରେ ଆଇଏନଏସ ସୁରତ ଏବଂ ନୀଳଗିରିର ପ୍ରତିକୃତି ଦେଖାଯାଇଥିଲା। ସେହିପରି କର୍ତ୍ତବ୍ୟ ପଥରେ ପ୍ରଥମ ଥର ପାଇଁ ଭୀଷ୍ମ ଟ୍ୟାଙ୍କ ଦେଖିବାକୁ ମିଳିଥିଲା। ପରେଡ ପାଇଁ କଡା ସୁରକ୍ଷା ବ୍ୟବସ୍ଥାପରେଡ୍ ମାର୍ଗ ପାଇଁ ୬ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

କର୍ତ୍ତବ୍ୟ ପଥର ପ୍ରଥମ ବାହ୍ୟ ସୁରକ୍ଷା ସ୍ତରରେ ଦିଲ୍ଲୀ ପୁଲିସ, ଅତିରିକ୍ତ ରିଜର୍ଭ ପୁଲିସ, କ୍ୱିକ୍ ରେସପନ୍ସ ଟିମ୍, ସ୍ୱାଟ୍ କମାଣ୍ଡୋ, ବୋମା ନିଷ୍କ୍ରିୟକାରୀ, ତଦନ୍ତକାରୀ ଦଳ ଏବଂ ଟ୍ରାଫିକ ପୁଲିସ କର୍ମଚାରୀଙ୍କ ସମେତ ୧୫ ହଜାର କର୍ମଚାରୀ ମୁତୟନ ହୋଇଥିଲେ। ଦ୍ୱିତୀୟ ସୁରକ୍ଷା ସ୍ତରରେ ଅର୍ଦ୍ଧସାମରିକ ବାହିନୀ ମୁତୟନ ରହିଥିଲେ ।

ରାଷ୍ଟ୍ରପତି ଭବନଠାରୁ ଲାଲକିଲ୍ଲା ପର୍ୟ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଥିଲା । ତୃତୀୟ ସୁରକ୍ଷା ସ୍ତରରେ ସେନା କର୍ମଚାରୀ, ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନ୍ଏସ୍ଜି)ର କମାଣ୍ଡୋ ଏବଂ କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସିର ସ୍ୱତନ୍ତ୍ର କର୍ମଚାରୀ ରହିଥିଲେ ।
