ଜନଜାତିଙ୍କ ବିକାଶ ପାଇଁ ୬୬୪୦ କୋଟି ଖର୍ଚ୍ଚ ହେବ

ଗାନ୍ଧିମାର୍ଗରେ ରାଜ୍ୟପାଳ, କଟକରେ ମୁଖ୍ୟମନ୍ତ୍ରୀ କଲେ ପତାକା ଉତ୍ତୋଳନ

ଗାନ୍ଧିମାର୍ଗରେ ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳଫରଫର ଉଡ଼ିଲା ତ୍ରୀରଙ୍ଗା । ଗାନ୍ଧିମାର୍ଗରେ ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ । ପାତାକା ଉତ୍ତୋଳନ ପରେ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ରାଜ୍ୟପାଳ ହରି ବାବୁ କମ୍ଭମପତି ।

ସେହିପରି କଟକରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ ବିଡାନାସୀ ପଡିଆରେ ପତାକା ଉତ୍ତଳେନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗାନ୍ଧିମାର୍ଗରେ ଚାଲିଛି ଏନସିସି ଛାତ୍ରଛାତ୍ରୀଙ୍କ ପରେଡ । ୪୯ ମାର୍ଚ୍ଚିଂ କଣ୍ଟିନଜେଣ୍ଟ ଦ୍ୱାରା ପରେଡ୍‌ ପ୍ରଦର୍ଶିତ କରାଯାଉଛି । କଟକ ବିଡ଼ାନାସୀରେ ପତାକା ଉତ୍ତୋଳନ କରି ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି ମୁଖୂମନ୍ତ୍ରୀ । ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ।

ସ୍ୱାଧୀନତା ପରେ ଦେଶର ଅଖଣ୍ଡତା ବଜାୟ ରଖିବା ଆହ୍ୱାନ ଥିଲା । ଗଣତନ୍ତ୍ର ବଜାୟ ରଖିବାରେ ଗୁରୁ ଦାୟିତ୍ୱ ନେଇଛନ୍ତି ଜନତା । ଦେଶ ଖୁବଶୀଘ୍ର ତୃତୀୟ ଅର୍ଥନୀତି ହେବ । ରାଜ୍ୟର ବିକାଶ ପାଇଁ ଅନବରତ କାର୍ଯ୍ୟ କରୁଛନ୍ତି ସରକାର । ମହିଳା ବିକାଶ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହୋଇଛି । ଏଯାଏଁ ୮୦ଲକ୍ଷ ମହିଳା ଟଙ୍କା ପାଇସାରିଲେଣି । ମାର୍ଚ୍ଚ ୮ରେ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ମିଳିବ । ଶିକ୍ଷା ଓ ସ୍ୱାସ୍ଥ୍ୟ ଦୁଇଟି ବଡ଼ ପ୍ରସଙ୍ଗ, ଏନେଇ କାର୍ଯ୍ୟ କରୁଛନ୍ତି ରାଜ୍ୟ ସରକାର । ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି । ଜନଜାତି ସମ୍ପ୍ରଦାୟର ବିକାଶ ସରକାରଙ୍କ ଗୁରୁ ଦାୟିତ୍ୱ । ଜନଜାତିଙ୍କ ବିକାଶ ପାଇଁ ୬୬୪୦ କୋଟି ଖର୍ଚ୍ଚ ହେବ । ଓଡ଼ିଶାରେ ନିବେଶର ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି । ରାଜ୍ୟରେ ଖଣିଜ ସମ୍ପଦର ଉପଯୋଗ ଉପରେ ଲକ୍ଷ୍ୟ ରଖାଯାଇଛି । ରପ୍ତାନୀ ବଦଳରେ ଏହାର ଉପଯୋଗ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।