ବାରବାଟୀ ମ୍ୟାଚ୍‌ର ମଜା ନେବେ ଧର୍ମେନ୍ଦ୍ର ପ୍ରଧାନ

ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର

ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ଫେବୃଆରୀ ୯ରେ କଟକରେ ଭାରତ-ଇଂଲଣ୍ଡ ହେବ ୱାନଡେ ମ୍ୟାଚ୍। ଏହି ଅବସରରେ ଆଜି ସମ୍ବଲପୁରରେ ଓଡ଼ିଶା କ୍ରିକେଟ୍ ଆସୋସିଏସନର ସଦସ୍ୟମାନେ ଭେଟିଛନ୍ତି । କ୍ରିକେଟ୍ ମ୍ୟାଚର ଆୟୋଜନ ଓ ବ୍ୟବସ୍ଥା ଉପରେ ଆଲୋଚନା କରିବା ସହ ମ୍ୟାଚର ଟିକେଟ୍ କିଣିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ବାରବାଟୀ ମ୍ୟାଚ ପାଇଁ ଟିକେଟ୍ କିଣିଥିଲେ ।

ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ କାର୍ୟ୍ୟକାରୀ ସଭାପତି ପଙ୍କଜ ମହାନ୍ତି, ସଂପାଦକ ସଞ୍ଜୟ ବେହେରା, ଅନୁଗୁଳ ବିଧାୟକ ତଥା ଆପେକ୍ସ କାଉନ୍‌ସିଲ ସଦସ୍ୟ ପ୍ରତାପ ପ୍ରଧାନ, ଓଡ଼ିଶା ଅଲିମ୍ପିକ ଆସୋସିଏସନର ସଂପାଦକ ଅଭିଜିତ ପାଲ୍, ପୂର୍ବତନ ବିଧାୟକ ଲଳିଟେନ୍ଦୁ ମହାପାତ୍ର ପ୍ରମୁଖ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏହି ମ୍ୟାଚ୍‌ର ପ୍ରଥମ ଟିକେଟ କିଣିଥିଲେ ।