ସନ୍ତୋଷ ସିଂ ସାଲୁଜାଙ୍କ ବିସ୍ଫୋରକ ବୟାନ

‘ହତ୍ୟା ପୂର୍ବରୁ ନବଙ୍କୁ ୱାର୍ଣ୍ଣିଂ ଥିଲା’

ନବ ଦାସ ହତ୍ୟା ନେଇ ସନ୍ତୋଷ ସିଂ ସାଲୁଜାଙ୍କ ବିସ୍ଫୋରକ ବୟାନ । ହତ୍ୟା ପୂର୍ବରୁ ନବଙ୍କୁ ୱାର୍ଣ୍ଣିଂ ଥିବା କହିଛନ୍ତି ସନ୍ତୋଷ ସିଂ ସାଲୁଜା । କୋଲ୍ ବ୍ଲକରୁ ଦୂରେଇ ରହିବାକୁ କୁହାଯାଇଥିଲା । ସେତେବେଳର ଏସପି ଓ ଜିଲ୍ଲାପାଳ ଦୂରେଇ ରହିବାକୁ କହିଥିଲେ । ସେମାନଙ୍କୁ କିଏ ଚାପ ପକାଇଥିଲେ ସେ ଦୁଇ ଜଣ ହିଁ କହିପାରିବେ । ଷଡ଼ଯନ୍ତ୍ର ପଛରେ କିଏ, ସିବିଆଇ ତଦନ୍ତ ହେଲେ ୨ ଅଫିସର କହିପାରିବେ । ସେତେବେଳେ ମୁଁ ବିଧାନସଭାରେ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲି । ଏବେ ବି ସିବିଆଇ ତଦନ୍ତ ହେଲେ ଷଡ଼ଯନ୍ତ୍ର ପଦାକୁ ଆସିବ । ଗୋପାଳ ହତ୍ୟା କରିଥିଲା ନା କରାଯାଇଥିଲା ଜଣାପଡିବ । ନବ ଦାସଙ୍କ ହତ୍ୟାକୁ ନେଇ ରାଜନୀତି ଜୋର ଧରିଛି । ସିବିଆଇ ତଦନ୍ତ ପାଇଁ ଦାବି ହେଉଛି । ନବଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଆଉ ମାତ୍ର ଅଳ୍ପ ଦିନ ଥିବାବେଳେ ତାଙ୍କର ହତ୍ୟା ପଛର କାରଣ ଏବେବି ଅସ୍ପଷ୍ଟ ରହିଛି । ପରିବାର ସଦସ୍ୟଙ୍କ ଦ୍ୱାରା ସିବିଆଇ ତଦନ୍ତ ପାଇଁ ଦାବି କରାଯିବା ଓ ଏହାକୁ ନେଇ ରାଜନୀତିକ ବୟାନବାଜି ମଧ୍ୟରେ ଗଣମାଧ୍ୟମ ଜରିଆରେ କ୍ରାଇମବ୍ରାଞ୍ଚ ତଦନ୍ତରେ ହୋଇଥିବା ନାନାଦି ତ୍ରୁଟି ପଦାକୁ ଆସିବାରେ ଲାଗିଛି। ଅନ୍ୟପଟେ ନବ ଦାସଙ୍କ ପୋଷାକକୁ ନେଇ ଏବେ ସାମନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ନବ ଦାସଙ୍କୁ ଗୁଳିମାଡ ସମୟର ପୋଷାକ ଜବତ ତାଲିକାରେ ନ ଥିବା କଥା ଅଭିଯୁକ୍ତ ଗୋପାଳଙ୍କ ଓକିଲ କହିଛନ୍ତି। ଓକିଲଙ୍କ କହିବାନୁସାରେ, ଭୁବନେଶ୍ବରର ଯେଉଁ ଘରୋଇ ମେଡିକାଲରେ ନବଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା, ସେଠାରୁ ଗାଏବ ହୋଇଛି ନବ ଦାସଙ୍କ ପିନ୍ଧା ପୋଷାକ।