ତଦନ୍ତ ଅଧିକାରୀଙ୍କୁ କ୍ରାଇମବ୍ରାଂଚର ରିପୋର୍ଟ ତଲବ

ନବ ଦାସ ହତ୍ୟା ମାମଲା: ତଦନ୍ତ ଅଧିକାରୀଙ୍କୁ ରିପୋର୍ଟ ତଲବ

ନବ ଦାସ ହତ୍ୟା ମାମଲା । ତଦନ୍ତ ଅଧିକାରୀଙ୍କୁ ରିପୋର୍ଟ ତଲବ କରାଯାଇଛି । କ୍ରାଇମବ୍ରାଂଚ ପକ୍ଷରୁ ତଦନ୍ତ ଅଧିକାରୀଙ୍କୁ ରିପୋର୍ଟ ତଲବ । ଗଣମାଧ୍ୟମରେ ପ୍ରକାଶ ପାଉଥିବା ଖବରକୁ ନେଇ ରିପୋର୍ଟ ମଗାଗଲା । କାହିଁକି ଏସବୁ ଖବର ଚାଲିଛି, ସତ୍ୟାସତ୍ୟ କ’ଣ ଏନେଇ ମଗାଗଲା ରିପୋର୍ଟ । ରିପୋଟ ମର୍ଗାଯାଇଥିବା ନେଇ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁସାରେ କ୍ରାଇମବ୍ରାଞ୍ଚ ତଦନ୍ତରେ ଗୋଟିଏ ପରେ ଗୋଟିଏ ତ୍ରୁଟି ସାମ୍ନାକୁ ଆସୁଛି । କ୍ରାଇମ୍‌ବ୍ରାଞ୍ଚ କାହିଁକି ସ୍ବର୍ଗତ ଦାସଙ୍କ ଗୁଳିବିଦ୍ଧ ସାର୍ଟ ଓ ରକ୍ତଲଗା ତଉଲିଆକୁ ଜବତ କଲାନାହିଁ ସେ ନେଇ ପ୍ରଶ୍ନ ଉଠିଛି । ଏବେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। କେବଳ ଯେ, ନବ ଦାସଙ୍କ ରକ୍ତଲଗା ସାର୍ଟର ପତ୍ତା ମିଳୁନି ତାହା ନୁହେଁ, ବରଂ ଘଟଣାର ମୁଖ୍ୟ ସାକ୍ଷୀଙ୍କ ସାର୍ଟର ରଙ୍ଗ ବି ବଦଳିଯାଇଛି ।

ଘଟଣାବେଳେ ଶୁଭେନ୍ଦୁ ପଟ୍ଟନାୟକ ପିନ୍ଧିଥିଲେ ହଳଦିଆ ହାଫ ସାର୍ଟ । ପୋଲିସ ସିଜର ଲିଷ୍ଟରେ ହଳଦିଆ ସାର୍ଟ ଥିଲା । କ୍ରାଇମବ୍ରାଞ୍ଚ ବୟାନରେ ଧଳା ସାର୍ଟ ହୋଇଗଲା । ସାକ୍ଷୀଙ୍କ ସାର୍ଟର ରଙ୍ଗ ବଦଳିଗଲା କେମିତି? ପୂର୍ବରୁ ନବଙ୍କ ଗୁଳି ଭିଜା ସାର୍ଟ ଗାଏବ ଅଛି । କ୍ରାଇମବ୍ରାଞ୍ଚର ସମ୍ପୂର୍ଣ୍ଣ ତଦନ୍ତ ଏବେ ସନେ୍ଦହରେ । ଚାର୍ଜ ସିଟ୍ ଏବଂ ଏସଏଫଏସଏଲ ରିପୋର୍ଟରେ ନାହିଁ ତାଳମେଳ । କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ବଡ଼ ପ୍ରଶ୍ନ ଉଠିଛି । ସେପଟେ କୋଭିଡ ଗାଇଡଲାଇନରେ ନବ ଦାସଙ୍କ ସାର୍ଟକୁ ପୋଡି ଦିଆଯାଇଥିବାହସ୍ପିଟାଲ ପକ୍ଷରୁ କୁହାଯାଇଛି ।