ନୂଆପଡ଼ା ଓ ଛତିଶଗଡ଼ ସୀମାରେ ସର୍ଚ୍ଚ ଅପରେସନ
ଚାଲିଛି ମାଓ ଦମନ ଅଭିଯାନ । ନୂଆପଡ଼ା ଓ ଛତିଶଗଡ଼ ସୀମାରେ ସର୍ଚ୍ଚ ଅପରେସନ । ଓଡ଼ିଶାର ନୂଆପଡ଼ା ଜିଲା ଓ ଛତିଶଗଡ଼ର ଗରିଆବନ୍ଧ ଜିଲାର ସୀମାନ୍ତ ଅଞ୍ଚଳରେ ଓଡ଼ିଶା ଓ ଛତିଶଗଡ଼ ପୋଲିସ ଏବଂ ସିଆରପିଏଫ୍ ଯବାନଙ୍କ ଏକ ସମ୍ମିଳିତ ଆନ୍ତଃରାଜ୍ୟ ଅଭିଯାନ ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଗତ ୧୯ ତାରିଖ ରାତିରୁ ଓଡ଼ିଶାର ନୂଆପଡ଼ା ଜିଲା ସୀମାଠାରୁ ମାତ୍ର ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ସଂକ୍ରାନ୍ତରେ ଗୋଇନ୍ଦା ସୂଚନା ମିଳିଥିଲା। ସେହି ଅନୁଯାୟୀ ଉଭୟ ରାଜ୍ୟର ସୁରକ୍ଷା ବାହିନୀଙ୍କ ସହ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମିଶି ଏହି ସମ୍ମିଳିତ ଅଭିଯାନ ଆରମ୍ଭ କରିଛନ୍ତି। ୨ ଦିନ ପୂର୍ବେ ଛତିଶଗଡ଼ ସୀମାରେ ଗୁଳି ବିନିମୟ ହୋଇଥିଲା । ଏଥିଲେ ୧୮ ମାଓବାଦୀଙ୍କ ମୃତୁ୍ୟ ହୋଇଥିଲା ।
